କାହିଁକି ମିଳୁନି ଗହମ, ଉତ୍ତର ରଖିଲେ ମନ୍ତ୍ରୀ

କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟକୁ ଗହମ ମିଳିଛି। ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଣ୍ଟନ ପତ୍ର ଜାରି କରାଯାଇଛି। ଆବଣ୍ଟନପତ୍ର ଅନୁଯାୟୀ, କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନସ୍ଥ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ନିମନ୍ତେ ୯୦:୧୦ ଅନୁପାତରେ ୧,୬୭,୭୪୫.୯୩୧ ମେଟ୍ରିକ ଟନ ଚାଉଳ ଓ ୧୯,୯୦୬.୦୧୯ ମେଟ୍ରିକ ଟନ ଗହମ ରାଜ୍ୟକୁ ଯୋଗାଇ ଦେଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି।

krushna chandra patra

ମନ୍ତ୍ରୀ କହିଛନ୍ତି, ଅଗ୍ରାଧିକାର ପରିବାରର ସଦସ୍ୟଙ୍କୁ ସେମାନଙ୍କ ଦ୍ଵାରା ଚୟନ କରାଯାଇଥିବା ଖାଦ୍ୟଶସ୍ୟ ଯଥା ଚାଉଳ ଓ ଗହମର ପରିମାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲାଓ୍ବାରି ବଣ୍ଟନ ପତ୍ର ଜାରି କରିଥାଆନ୍ତି। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ପାଇଁ କୌଣସି ପରିବହନ ବ୍ୟବସ୍ଥା ହୋଇନାହିଁ। ତେଣୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଉକ୍ତ ଗହମର ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି। କେଉଁ ଜିଲାକୁ କେତେ ପରିମାଣର ଗହମ ଆବଣ୍ଟନ କରାଯିବ ତାହାର ଏକ ତାଲିକା ମଧ୍ୟ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିଲେ। ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+