ଜନ୍ମାଷ୍ଟମୀରେ କାହିଁକି ଭଙ୍ଗା ଯାଏ ଦହିହାଣ୍ଡି , ଜାଣନ୍ତୁ କିଛି ରୋଚକ ତଥ୍ୟ

ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥୀକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ଦ୍ୱାପର ଯୁଗରେ କଂସକୁ ବଧ କରିବା ନିମନ୍ତେ କଂସ ଦ୍ୱାରା ବନ୍ଦୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ମାନବ ରୂପରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ।

Janmaastami

ଏହି ପବିତ୍ର ଉତ୍ସବରେ ଦହିହାଣ୍ଡି ପରମ୍ପରା ରହିଛି। ଖାସ କରି ମହାରାଷ୍ଟ୍ରରେ ଏହି ପରମ୍ପରା ଧୁମଧାମରେ ପାଳିତ ହୋଇଥାଏ। ଅବଶ୍ୟ ଏବେ ପ୍ରାୟ ସବୁଠି ଏହି ଦହିହାଣ୍ଡି ଭଙ୍ଗା ଉତ୍ସବ ଆୟୋଜିତ ହେଉଛି। ଦହିହାଣ୍ଡି ଭଙ୍ଗା ପରମ୍ପରା କାହିଁକି ରହିଛି?

ଭଗବାନ କୃଷ୍ଣ ଜନ୍ମ ହେବା ପରେ ପିତା ବାସୁଦେବ ତାଙ୍କୁ ନନ୍ଦ ଓ ଯଶୋଦାଙ୍କ ପାଖରେ ବୃନ୍ଦାବନରେ ଛାଡ଼ି ଆସିଥିଲେ। ସେହିଠାରେ ହିଁ ଶ୍ରୀକୃଷ୍ଣଙ୍କର ପିଲାଦିନ ବିତିଥିଲା। ବୃନ୍ଦବାନରେ ସବୁଠୁ ଶ୍ରୀକୃଷ୍ଣ ସବୁଠୁ ଦୁଷ୍ଟ ଥିଲେ। ତାଙ୍କ ଦୁଷ୍ଟାମୀ ପାଇଁ ସେ ପ୍ରତିଘରେ ପରିଚିତ ଥିଲେ। କ୍ଷୀର, ଦହି, ଲହୁଣୀ କୃଷ୍ଣଙ୍କର ଭାରି ପ୍ରିୟ ଥିଲା। ସେଥିପାଇଁ ସେ ସମସ୍ତଙ୍କ ଘରୁ ଏସବୁ ଚୋରି କରୁଥିଲେ।କୃଷ୍ଣଙ୍କଠାରୁ ଏହି ଦହି, ଲହୁଣୀକୁ ବଞ୍ଚେଇବା ପାଇଁ ବୃନ୍ଦାବନର ମହିଳାମାନେ ଦହି ହାଣ୍ଡିକୁ ଉପରେ ବାନ୍ଧିବାକୁ ଚେଷ୍ଟା କଲେ।

ଯାହାଦ୍ୱରା କୃଷ୍ଣ ହାଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରିବେନି। ହେଲେ କୃଷ୍ଣ ତାଙ୍କ ସାଙ୍ଗମାନଙ୍କୁ ଏକାଠି କରି ତାଙ୍କ କାନ୍ଧ ଉପରେ ଚଢ଼ି ଦହି ହାଣ୍ଡି ନିକଟରେ ପହଞ୍ଚି ଯାଉଥିଲେ। ଦହିହାଣ୍ଡି ଭାଙ୍ଗି ନିଜେ ଦହି ଖାଇବା ସହ ସାଙ୍ଗମାନଙ୍କୁ ବାଣ୍ଟି ଦେଉଥିଲେ। କୃଷ୍ଣଙ୍କର ସେହି ଦୁଷ୍ଟାମୀକୁ ମନେ ପକାଇବା ପାଇଁ ଜନ୍ମାଷ୍ଟମୀରେ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ।

କେମିତି ପାଳନ କରାଯାଏ?

ଗୋଟିଏ ମାଟିହାଣ୍ଡିରେ ଦହି ପୁରାଇ ଏକ ନିର୍ଦିଷ୍ଟ ଉଚ୍ଚତାରେ ଏହାକୁ ରଖା ଯାଇଥାଏ। ଏହାପରେ ଲୋକମାନେ ସମୂହ ତିଆରି କରି ଜଣକ ଉପରେ ଜଣେ ଠିଆହୋଇ ଏକ ମିନାର ଗଠନ କରନ୍ତି ଓ ଉପରେ ଥିବା ଲୋକଟି ଏକ ନଡ଼ିଆରେ ବାଡ଼େଇ ସେହି ହାଣ୍ଡିକୁ ଭାଙ୍ଗିଥାଏ। ହାଣ୍ଡି ଭାଙ୍ଗିଗଲାପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ବହିଯାଏ। ଏବେ ଏହି ଦହିହାଣ୍ଡି ଭଙ୍ଗାକୁ ନେଇ ପ୍ରତିଯୋଗିତା ମଧ୍ୟ ହେଉଛି।

ଏବେ ଏହି ପରମ୍ପରା ଅନେକ ଫିଲ୍ମ ଓ ସିରିଏଲରେ ମଧ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ବଲିଉଡ ଓ ହିନ୍ଦୀ ସିରିଏଲରେ ଏହାକୁ ସ୍ୱତନ୍ତ୍ର ଢ଼ଙ୍ଗରେ ଉପସ୍ଥାପନ କରାଯାଇଥାଏ। ଦର୍ଶକ ଏହାର ମଜା ନେଇଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+