ପଣା ସଂକ୍ରାନ୍ତିରେ କାହିଁକି ଚଉଁରାରେ ବନ୍ଧା ଯାଏ ଠେକି, ଜାଣନ୍ତୁ ଏହା ପଛରେ ଥିବା ରୋଚକ ତଥ୍ୟ

ଓଡିଆ ପରମ୍ପରାରେ ୧୨ ମାସରେ ପାଳିତ ହୋଇଥାଏ ୧୩ ପରବ। ଆଉ ଏହି ସବୁ ଓଷା ମାନଙ୍କ ମଧ୍ୟରେ ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଓଡିଆ ନବ ବର୍ଷ ପାଳନ କରାଯାଏ । କେବଳ ଏତିକି ନୁହେଁ ଏହାକୁ ମହାବିଷୁବ ସଂକ୍ରାନ୍ତି ଆଉ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । କେହି କେହି ଏହାକୁ ଠେକି ସଂକ୍ରାନ୍ତି ବୋଲି ମଧ୍ୟ କୁହନ୍ତି । ଏହି ଦିନ ଘରେ ଘରେ ଦେଖିବାକୁ ପଣା ଦେଖିବାକୁ ମିଳେ ।

Panna Sankranti

ପାରମ୍ପରିକ ରୀତିନୀତି ଅନୁସାରେ ଏହି ଦିନ ଓଡ଼ିଶାରେ ଘରେ ଘରେ ପଣା ଭୋଗ ହୋଇ ତୁଳସୀ ଗଛରେ ଅର୍ପଣ କରାଯାଇଥାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗ ମଧ୍ୟ ଲଗାଯାଏ । ତେବେ ଏହି ସଂକ୍ରାନ୍ତିର ବିଶେଷତ୍ବ ହେଉଛି ଘରେ ଥିବା ଚଉରାର ଉପରେ ଛୋଟିଆ କଳସୀ ବା ଠେକି ଟିଏ ବନ୍ଧାଯାଏ । ଆଉ ଠେକିରେ ଛୋଟ ଛିଦ୍ରଛିଦ୍ର କରାଯାଇଥାଏ ।

ଏଥିରେ ପରବର୍ତ୍ତୀ ସଂକ୍ରାନ୍ତି ଯାଏଁ ସବୁଦିନ ଦିନ ପାଣି ଢଳାଯାଇଥାଏ । ସେହି ଜଳ ତୁଳସୀ ଗଛ ଓ ଚଉରାରେ ପଡିଥାଏ। ଏହାକୁ ବସୁନ୍ଧରା ଠେକି କୁହାଯାଏ। ତୁଳସୀ ଚଉରା ଉପରେ ଜଳଘଟ ସ୍ଥାପନା କରିବାର ଉଦ୍ଦେଶ୍ୟ ଇନ୍ଦ୍ରଦେବଙ୍କୁ ଯଥାଶୀଘ୍ର ବୃଷ୍ଟି ନିମନ୍ତେ ପ୍ରାର୍ଥନା କରିବା। ଏହାର ଆଉ ଏକ କାରଣ ହେଉଛି ଏହି ସମୟରେ ବାହାର ତାପମାତ୍ରା ବହୁତ ଅଧିକ ଥିବାରୁ ପାଣି ଠେକି ଲଗେଇବା ଦ୍ୱାରା ଚଉଁରା ଗଛ ଶୁଖେ ନାହିଁ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି। କେବଳ ଏତିକି ନୁହେଁ ମହାବିଷୁବ ସଂକ୍ରାନ୍ତି ଦିନ ଶ୍ରୀହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ପଣା ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ । ମନ୍ଦିର ମାନଙ୍କ ରେ ହନୁମାନ ଚାଳିସା ମଧ୍ୟ ପାଠ କରାଯାଏ । ଆଉ ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଏହି ଦିନ ଠାରୁ ଆରମ୍ଭ ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+