ଦେଶରେ କାହିଁକି ବଢୁଛି ମୃତ୍ୟୁ ସଂଖ୍ୟା ? କାରଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ
ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କାହିଁକି ବୃଦ୍ଧି ପାଉଛି ? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରୋଜ ମିଶ୍ର।
ଭୁବନେଶ୍ୱର: ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କାହିଁକି ବୃଦ୍ଧି ପାଉଛି ? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି ଯେ, ଘରେ କିମ୍ବା ଘରୋଇ ମେଡିକାଲରେ ହୋଇଥିବା କରୋନା ମୃତ୍ୟୁକୁ ଆଉଥରେ ଅଡିଟ୍ କରାଯାଉଛି । ଯାହା ଫଳରେ ଦେଶରେ ସଂକ୍ରମଣ କମ ଥିଲେ ବି ପୁରୁଣା ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଥିବାରୁ ମୃତ୍ୟୁ ଗ୍ରାଫ୍ ଅଧକ ରହୁଛି। ଏହାଦ୍ୱାରା କୋଭିଡ୍ ମୃତ୍ୟୁର ସଠିକ୍ ଡାଟା ମିଳିପାରିବ ବୋଲି ସେ କହିଛନ୍ତି ।

ପ୍ରଥମେ ମହାରାଷ୍ଟ୍ର ଓ ପରେ ବିହାରେ ଏହି ଅଡିଟ୍ କରାଯାଉଛି। ଏହାଛଡ଼ା କୋଭିଡ୍ ସଂକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ୨ ଡୋଜ୍ ଟିକା ନେବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଟିକା ନେଲେ କୋଭିଡ୍ ମୃତ୍ୟୁ ୮୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଉଛି। ତେବେ ଟିକା ନେବା ପରେ ଜ୍ୱର ହେଲେ ଡରନ୍ତୁ ନାହିଁ। ପାରାସିଟାମଲ୍ ଖାଇଲେ ଏହା ଭଲ ହୋଇଯିବ ବୋଲି ସେ କହିଛନ୍ତି। ଶୀତ କିମ୍ବା ବର୍ଷାରେ ସଂକ୍ରମଣ ବଢିବା ସଂଭାବନା ନାହିଁ।
ରାଜ୍ୟରେ ସମସ୍ତେ ନିଅନ୍ତୁ ଟିକା
ରାଜ୍ୟରେ ସମସ୍ତେ ଟିକା ନିଅନ୍ତୁ । ଏପରି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଯଦି କୋଭିଡ ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି ତେବେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ । ସେହିପରି ଯଦି ସଂକ୍ରମଣ ହୁଏ, ତେବେ ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ରହିବ । ଏହାସହ ବିଶେଷ ଗୁରୁତର ହେବେନି । ତେଣୁ ସମସ୍ତେ ଟିକା ନେବା ଉଚିତ ।
ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଅନ୍ୟପଟେ ଆଜି ଗୋଟିଏ ଦିନରେ ରାଜ୍ୟରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୪୬ ଜଣ ଲୋକାଲ କଣ୍ଟାକ୍ଟସରୁ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications