ୱାକଫ୍ ସଂଶୋଧନ ବିଲ୍କୁ ନେଇ କାହିଁକି ଦୁଇ ଭାଗ ହୋଇଗଲା ବିଜେଡି ?
ୱାକଫ୍ ସଂଶୋଧନ ବିଲ୍କୁ ନେଇ କାହିଁକି ଦୁଇ ଭାଗ ହୋଇଗଲା ବିଜେଡି । ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା । ନବୀନ ପଟ୍ଟନାୟକଙ୍କୁ ଭେଟି ଜବାବ ମାଗିବ ଉପଦେଷ୍ଟା କମିଟି। କାହିଁକି ଭୋଟିଂକୁ ନେଇ ସାଂସଦମାନେ ଏକମତ ହେଲେ ନାହିଁ ?
କେଉଁଠି ରହିଲା ସମସ୍ୟା ସେନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା । ସେପଟେ ରାଜ୍ୟସଭାରେ ଭୋଟ ଦେଇ ନଥିବା କହିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ବଦ୍ରି ପାତ୍ର ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି । କାହିଁକି ହ୍ୱିପ୍ ଜାରି ହେଲାନି ବୋଲି ପ୍ରଶ୍ନ କରିବା ସହ ଖେଳ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି ।

ଅନ୍ୟପଟେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଦଳ ଭିତରେ ସହମତି ନଥିବା ନେଇ ବିଜେପି କଟାକ୍ଷ କରିଛି । ୱାକଫ୍ ଭୋଟିଂ ପରେ ବିଜେଡି ଭାଗ ଭାଗ ହୋଇଥିବା କହି ସମାଲୋଚନା କରିଛନ୍ତି ବାବୁ ସିଂ । କଂଗ୍ରେସ ମଧ୍ୟ କଡ଼ା ସମାଲୋଚନା କରିଛି । ଗିରଫଦାରି ଭୟରେ ବିଜେପିକୁ ବିଜେଡି ନେତା ଅକୁଣ୍ଠ ସମର୍ଥନ ଜଣାଉଥିବା କହିଛନ୍ତି ପ୍ରସାଦ ହରିଚନ୍ଦନ ।












Click it and Unblock the Notifications