କାହିଁକି ରଥ ଉପରେ ଅନୁଷ୍ଠିତ ହୁଏ ଅଧରପଣା ନୀତି, ଜାଣନ୍ତୁ ଏହା ପଛର ପୌରାଣିକ ତତ୍ତ୍ଵ

ମହାପ୍ରଭୁ ଜଗନ୍ନାଥ ଅନେକ ଯାତ୍ରା ଭିତରୁ ଘୋଷ ଯାତ୍ରା ସବୁଠାରୁ ନିଆଁରା । ଏହି ସମୟରେ ରଥ ଉପରେ ବିଭିନ୍ନ ନୀତି କାନ୍ତି ଠାକୁରଙ୍କ ଆଗରେ କରାଯାଏ ଏହାରି ଭିତରେ ଅଧର ପଣା ନୀତି ମଧ୍ୟ ଅନୁଷ୍ଠିତ ହୁଏ ।

adharpana

ଅଧର ପଣା ନୀତିରେ ମହାପ୍ରଭୁଙ୍କ ଓଠ ଉଚ୍ଚର ବା ରଙ୍ଗା ଅଧର ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ବତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତିକୁ ଅଧର ପଣା ନୀତି କୁହାଯାଏ । ତେବେ ଜାଣନ୍ତୁ କ'ଣ ରହିଛି ଏହାର ମାହାତ୍ମ୍ୟ... ଜାଣିବା ।

ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଯାହାଙ୍କ ର ଅଧର ମଧୂର , ଵଚନ ମଧୁର ଓ ରୂପ ମଧ୍ୟ ମଧୁର । ତାଙ୍କର ଚକା ଆଖି ପାଇଁ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଆଉ ନାଲୀ ଓଠ ପାଇଁ ଅନୁଷ୍ଠିତ ହୁଏ ଅଧର ପଣା । ସୁନାବେଶ ପରଦିନ ଏହି ଅଧର ପଣା ନୀତି ରଥ ଉପରେ ଅନୁଷ୍ଠିତ ହୋଇଥାଏ।

ମହାପ୍ରଭୁଙ୍କ ଅଧର ସମାନର ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡି ରେ ସ୍ୱତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତି କୁ ଅଧର ପଣା ନୀତି କୁହାଯାଏ। ତେବେ ପୁରାଣରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ରେ ରଥ ସହିତ ଅନେକ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା, ତଥା ଅଶରିରୀମାନେ ରଥ ସହିତ ଯାତ୍ରା କରିଥାନ୍ତି। ମହାପ୍ରଭୁ ନିଲଦ୍ରୀ କନ୍ଦରକୁ ବିଜେ ପୂର୍ବରୁ ଏମାନଙ୍କ ଉଦ୍ଧାର ନିମନ୍ତେ ତଥା ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୋଇଥାଏ।

ଏହି ଅଧରପଣା ନୀତି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ହୋଇଥାଏ। ମହାପ୍ରଭୁଙ୍କ ଅଧର ପଣା ପ୍ରସ୍ତୁତି ମଧ୍ୟ ସ୍ବତନ୍ତ୍ର । ଶ୍ରୀମନ୍ଦିର ସମ୍ମୁରେ ଥିବା କୂପରୁ ଜଳ ନିଆଯାଇ ସ୍ବତନ୍ତ୍ର ହାଣ୍ଡିରେ ରଖାଯାଏ। କ୍ଷୀର, ସର, କଦଳୀ, ଛେନା, ଗୋଲ ମରିଚ ଗୁଣ୍ଡ, କର୍ପୂର, ଯାଇ ଫଳ, ଶର୍କରା ଆଦି ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶାଯାଇ ଏହି ସ୍ବତନ୍ତ୍ର ପ୍ରପାନକ ତଥା ପଣା ପ୍ରସ୍ତୁତ ହୋଇଥାଏ।

ପ୍ରତି ରଥରେ ୩ ଟି ହାଣ୍ଡି ହିସାବରେ ମୋଟ ୯ ଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଏ। ରାଘବ ଦାସ ମଠ, ଓଡ଼ିଆ ମଠ ଓ ଗଜପତି ମହାରାଜାଙ୍କ ପକ୍ଷରୁ ଏହି ଅଧର ହାଣ୍ଡି ଯୋଗାଇ ଦିଆଯାଏ। ମହାପ୍ରଭୁଙ୍କ ଠାରେ ଏହା ଭୋଗ ଲାଗିବା ପରେ ଏହି ହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯାଏ। ପଣା ଗୁଡି଼କ ରଥ ତଳକୁ ବହିଯାଏ । ଯାହାପରେ ଅପେକ୍ଷାରତ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା, ଅଶରିରୀ ମାନେ ପାନ କରି ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ପରଦିନ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ତେବେ ପୂର୍ବ କାଳରେ ଅଧର ପଣା ନୀତି ତିନି ଦିନ ଅନୁଷ୍ଠିତ ହେଉଥିଲା। ପରବର୍ତ୍ତୀ ସମୟରେ ଏହି ଅଧର ପଣା ନୀତି କେବଳ ସୁନାବେଶ ପରଦିନ ପାଳନ ନେଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼େ।

ସେ କଳା ଠାକୁର ସମସ୍ତଙ୍କ ପାଇଁ ମୋକ୍ଷ ଓ ମୁକ୍ତିର ବାଟ । ତେଣୁକରି ମହାପ୍ରଭୁ ନୀଳ କନ୍ଦରକୁ ବିଜେ ପୂର୍ବରୁ ଅଶରିରୀଙ୍କ ତଥା ଅନ୍ୟାନ୍ୟ ଦେବାଦେବୀଙ୍କ ଉଦ୍ଧାର ଓ ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୁଏ ବୋଲି ବିଶ୍ବାସ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+