କାହିଁକି ଗଲାଣି ସୁଭଦ୍ରା ଟଙ୍କା କାରଣ କାରଣ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜାଣନ୍ତୁ କଣ

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ ଖାରଜ ହେବାର କାରଣ ମଧ୍ୟ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆକାଉଣ୍ଟ ସଠିକ୍‌ ନ ଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ ବୋଲି ସେ କହିଛନ୍ତି। ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ ପେଣ୍ଡିଂ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Subhadra Yojana

ମହିଳାମାନେ ସଶକ୍ତ ହେଲେ ଓଡ଼ିଶାର ବିକାଶ ହେବ। ମହିଳାଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟ ବିକାଶର ମୂଳମନ୍ତ୍ର। ଏହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବେ ବୋଲି ଜନତା ମଇଦାନରେ ମଙ୍ଗଳବାର ନିଜ ଜନ୍ମଦିନରେ ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ୍‌ ଟିପି ରାଜ୍ୟର ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।
ଏଥିସହିତ ପ୍ରଧାନମନ୍ତ୍ରୀ ଅନେକ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ। ଓଡ଼ିଶାରେ ୨,୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୪ଟି ପ୍ରକଳ୍ପ ପାଇଁ ଭିତ୍ତି ରଖିଥିବା ବେଳେ ଆଉ ୪ଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଥିଲେ। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଲାଞ୍ଜିଗଡ଼ ରୋଡ୍‌-ଅମ୍ବାଦୋଳା- ଦହିକାଲୁ ତୃତୀୟ ଲାଇନ୍‌, ଲକ୍ଷ୍ମୀପୁର ରୋଡ୍‌- ସିଙ୍ଗାରାମ- ଟିକିରି ଦୋହରୀକରଣ, ବାଙ୍ଗୁରକେଲା-ନୂଆଗାଁ ଦୋହରୀକରଣ ଏବଂ ଢେଙ୍କାନାଳ- ସଦାଶିବପୁର- ହିନ୍ଦୋଳ ରୋଡର ତୃତୀୟ ଓ ଚତୁର୍ଥ ଲାଇନ। ସେହିପରି ପାରାଦୀପ- ବଡ଼ବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ୍‌, ଏମ୍‌ସିଆର୍‌ଏଲ୍‌ ଭିତର କରିଡର ପ୍ରଥମ ପର୍ଯ୍ୟାୟର ଦୋହରୀକରଣ, ଜୟପୁର-ନବରଙ୍ଗପୁର ନୂତନ ଲାଇନ୍‌ ଓ ସିଜୁ ଏବଂ ପାରାଦୀପ କୋଚିଙ୍ଗ ୟାର୍ଡ ମଧ୍ୟରେ ଫ୍ଲାଏଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହିସବୁ ପ୍ରକଳ୍ପ ଦ୍ୱାରା ଆଞ୍ଚଳିକ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୦୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+