ଦଶହରାରେ କାହିଁକି ପୂଜା ହୁଏ ଶସ୍ତ୍ର ? ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ ତତ୍ତ୍ଵ

ଦଶହରା ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳନ କରାଯାଏ । ଦଶହରାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ । ଏହିଦିନ ବିଶେଷକରି ଶସ୍ତ୍ର ପୂଜା କରିବାର ବିଧାନ ରହିଛି । ଏହି ଦିନ ମା' ଦୁର୍ଗା ଏବଂ ଭଗବାନ ଶ୍ରୀରାମଙ୍କୁ ପୂଜା କରାଯାଏ । ଏହି ଦିନ କରାଯାଉଥିବା କାମରେ ଶୁଭଫଳ ମିଳେ ବୋଲି ଲୋକମାନ୍ୟତା ରହିଛି । ଖାଲି ସେତିକି ନୁହେଁ ଏହା ମଧ୍ୟ କୁହାଯାଏଯେ, ଶତୃ ଉପରେ ବିଜୟ ହାସଲ କରିବା ପାଇଁ ମଧ୍ୟ ଏହି ଦିନ ଶସ୍ତ୍ର ପୂଜା କରିବା ଉଚିତ୍‌ । ତେବେ ଏହି ପରମ୍ପରା ସହିତ କ'ଣ ରହିଛି ଇତିହାସ ଓ ପରମ୍ପରା ଆସନ୍ତୁ ଆଲୋଚନା କରିବା ।

Durga Puja 2024

ଦଶହରା ହିନ୍ଦୁ ମାନଙ୍କର ପ୍ରମୁଖ ପର୍ବ । ଏହି ଦିନ ମା' ଦୁର୍ଗା ମହିଷାସୁର ନାମକ ଅସୁରକୁ ବଧ କରି ଦେବତାଙ୍କୁ ମହିଷାସୁରର ଅତ୍ୟାଚାର କବଳରୁ ରକ୍ଷା କରିଥିଲେ । ଏହିଦିନ ଭଗବାନ ଶ୍ରୀରାମ ରାବଣକୁ ବଧ କରି ମାତା ସୀତାଙ୍କୁ ତା' କବଳରୁ ରକ୍ଷା କରିଥିଲେ । ଏହାକୁ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବୋଲି କୁହାଯାଏ ।

ପୁରାତନ କାଳରୁ ଏହିଦିନ ସନାତନ ଧର୍ମରେ ଶସ୍ତ୍ର ପୂଜାର ପରମ୍ପରା ରହିଛି । ଏହିଦିନ ଲୋକ ଶସ୍ତ୍ର ପୂଜା ସହିତ ଯାନବାହନର ମଧ୍ୟ ପୂଜା କରନ୍ତି । ଖାଲି ସେତିକି ନୁହେଁ ଏହି ଦିନ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଶୁଭ ବୋଲି କୁହାଯାଏ ।

ଜ୍ୟୋତିଷାଚାର୍ଯ୍ୟ ଏହା ମଧ୍ୟ କୁହନ୍ତିଯେ, ପୁରାତନ କାଳରେ କ୍ଷେତ୍ରୀୟମାନେ ଦଶହରାର ପ୍ରସ୍ତୁତି ଯୁଦ୍ଧକୁ ଯିବାପାଇଁ କରୁଥିଲେ । ଯୁଦ୍ଧକୁ ଯିବା ପୂର୍ବରୁ ଶସ୍ତ୍ର ପୂଜା କରାଯାଉଥିଲା । ତେବେ ସେହି ସମୟରୁ ଏହି ପରମ୍ପରା ଚାଲି ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+