ଜନ୍ମାଷ୍ଟମୀ ପର ଦିନ କାହିଁକି ପାଳନ ହୁଏ ନନ୍ଦ ଉତ୍ସବ, ଜାଣନ୍ତୁ ପୌରାଣିକ ତତ୍ତ୍ଵ

ହିନ୍ଦୁ ସଂସ୍କୃତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଉଛି। ଏହି ଉତ୍ସବ କେବଳ ଭାରତରେ ନୁହେଁ ପୂରା ବିଶ୍ୱରେ ଧୁମଧାମରେ ପାଳିତ ହୋଇଥାଏ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କୃଷ୍ଣଙ୍କର ଜନ୍ମ ହୋଇଥିଲା। ଏହି ପବିତ୍ର ଉତ୍ସବ ଚଳିତ ବର୍ଷ ଅଗଷ୍ଟ ୨୩ରେ ପଡ଼ୁଛି। ଏଥିପାଇଁ ବିଭିନ୍ନ କୃଷ୍ଣ ମନ୍ଦିରରେ ପ୍ରସ୍ତୁତି ପ୍ରାୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Janmaastami 20242024

ପ୍ରାୟ ସମସ୍ତେ ଜାଣନ୍ତି ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ଲୀଲାଖେଳା ବିଷୟରେ। ହେଲେ ଆପଣ ଜାଣିଛନ୍ତି କି ଜନ୍ମାଷ୍ଟମୀ ପରଦିନ ନନ୍ଦ ଉତ୍ସବ କାହିଁକି ପାଳନ କରାଯାଏ?

କୃଷ୍ଣ ମଥୁରାରେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଜନ୍ମ ହୋଇଥିଲେ। ଅତ୍ୟାଚାରୀ କଂସଙ୍କୁ ବଧ କରିବା ପାଇଁ ସେ ମାନବ ଜନ୍ମ ନେଇଥିଲେ। କୃଷ୍ଣ ହିଁ କଂସର ମୃତ୍ୟୁର କାରଣ ହେବ କଂସକୁ ଭବିଷ୍ୟବାଣୀ ହୋଇଥିଲା। ଏଥିପାଇଁ ସେ ଜନ୍ମରୁ ହିଁ କୃଷ୍ଣଙ୍କୁ ମାରି ଦେବାକୁ ଚାହୁଁଥିଲା।

କୃଷ୍ଣଙ୍କୁ ବଞ୍ଚେଇବା ପାଇଁ ଜନ୍ମ ପରେ କୃଷ୍ଣଙ୍କୁ ପିତା ବସୁଦେବ ଗୋପପୁରରେ ଅର୍ଥାତ ନନ୍ଦ ଓ ଯଶୋଦାଙ୍କ ପାଖରେ ଛାଡ଼ି ଆସିଥିଲେ। ଏହାପରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। କୃଷ୍ଣଙ୍କ ଜନ୍ମ ପରଦିନ ଗୋପପୁରରେ ଅର୍ଥାତ ନନ୍ଦରାଜାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା। ସେଥିପାଇଁ ଏହାକୁ ନନ୍ଦ ଉତ୍ସବ ବୋଲି କୁହାଯାଏ। ଏହା ଜନ୍ମାଷ୍ଟମୀର ପରଦିନ ପାଳିତ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+