ଗଣେଶ ପୂଜାରେ କାହିଁକି ଲାଗେ ଦୁବ? ଜାଣନ୍ତୁ ଏହା ପଛର ରୋଚକ କାହାଣୀ

ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ । ହିନ୍ଦୁ ପରମ୍ପରାର ଏକ ପ୍ରମୁଖ ପର୍ବ ହେଉଛି ଗଣେଶ ପୂଜା ବା ପ୍ରଭୁ ଗଣେଶଙ୍କ ଜନ୍ମୋତ୍ସବ । ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଏହି ପର୍ବ ପାଳନ କରାଯାଏ ଏବଂ ଏହା ସାଧାରଣତଃ ଇଂରାଜୀ ମାସ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ପାଳନ କରାଯାଏ ।

ଧାର୍ମିକ ମାନ୍ୟତା ଅନୁସାରେ, ବାବା ଗଣପତିଙ୍କ ପୂଜାରେ ଦୁବଘାସର ଖୁବ ଅଧିକ ମହତ୍ତ୍ୱ ରହିଛି । ଦୁବ ବିନା ଶ୍ରୀ ଗଣେଶଙ୍କ ପୂଜା ଅଧା ବୋଲି କୁହାଯାଏ । ଦୁବ ଲାଗି କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ । ଗଣେଶ ଚତୁର୍ଥୀରେ ଦୁବର କ'ଣ ମହତ୍ତ୍ୱ ରହିଛି ଏବଂ ଏହା ପଛର ପ୍ରକୃତ କାହାଣୀ ଆସନ୍ତୁ ଜାଣିବା...

ଧାର୍ମିକ ମାନ୍ୟତା ଅନୁସାରେ, ଦୁବକୁ ପବିତ୍ର ଏବଂ ଶୁଦ୍ଧ ବୋଲି ବିଶ୍ୱାସ ରହିଛି । ଦୁବ ଲାଗି କରିବା ଦ୍ୱାରା ପୂଜା କାର୍ଯ୍ୟରେ ପବିତ୍ରତାର ସହ ସମ୍ପନ୍ନ ହୋଇଥାଏ ବୋଲି ଧାର୍ମିକ ମାନ୍ୟତା ରହିଛି । ଏହାସହିତ ଶ୍ରୀ ଗଣେଶଙ୍କ ପୂଜାରେ ଦୁବ ଲାଗି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଏବଂ ଖୁସିର ଆଗମନ ହୋଇଥାଏ । ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଏବଂ ବାବାଙ୍କ କୃପା ପାଇବା ପାଇଁ ଦୁବ ଲାଗି କରିବା ଏକ ସହଜ ଉପାୟ ବୋଲି କୁହାଯାଏ । ଭଗବାନ ଗଣେଶଙ୍କ ପ୍ରତି ସମ୍ମାନ ଏବଂ ପ୍ରେମର ପ୍ରତୀକ ହେଉଛି ଦୁବ । ଏହାକୁ ଅର୍ପଣ କରିବା ଶ୍ରୀ ଗଣେଶଙ୍କ ପ୍ରତି ଶ୍ରଦ୍ଧା ଏବଂ ଭକ୍ତିକୁ ଦର୍ଶାଇଥାଏ । ତେଣୁ ଗଣେଶ ପୂଜାରେ ଦୁବ ଅର୍ପଣ କରାଯାଇଥାଏ ।

ବିଶ୍ୱାସ ଅନୁଯାୟୀ, ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୁଏ ଏବଂ ସମସ୍ତ କାର୍ୟ୍ୟ ସିଦ୍ଧ ହୋଇଥାଏ । ସେହିପରି କୌଣସି ଶୁଭ କାର୍ୟ୍ୟ କରିବା ପୂର୍ବରୁ, ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଦୁବ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଘର ଚାରିପାଖରେ ଦୁବ ଘୂର୍ଣ୍ଣନ କରିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

Why is duba used in Ganesh Puja

ବର୍ଣ୍ଣିତ ଅଛି ଯେ, ପ୍ରାଚୀନ କାଳରେ ଅନଳାସୁର ନାମକ ଏକ ରାକ୍ଷସ ଥିଲା। ମୁନି-ଋଷି ଏବଂ ଦେବତାଙ୍କ ସହ ମଣିଷ, ସମସ୍ତେ ଏହି ରାକ୍ଷସର ଆତଙ୍କ ଏବଂ ଅତ୍ୟାଚାରର ଶିକାର ହୋଇଥିଲେ । ସମସ୍ତଙ୍କୁ ଜୀବନ୍ତ ଗିଳି ଦେଉଥିଲା ଏହି ଅନଳାସୁର ରାକ୍ଷସ । ଏହି ରାକ୍ଷସ ଅତ୍ୟାଚାରର ସମାଧାନ ପାଇଁ ସମସ୍ତ ଦେବତା ଭଗବାନ ଶିବଙ୍କ ନିକଟରେ ପହଞ୍ଚିଥିଲେ। ଦେବଗଣ ଅନଳାସୁରକୁ ବଦ୍ଧ କରିବା ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ । ଏହାପରେ ଭଗବାନ ଶିବ ଏହାର ଉପାୟ କହିଥିଲେ ଯେ, କେବଳ ଭଗବାନ ଗଣେଶ ଆନାଲାସୁରକୁ ବିନାଶ କରିପାରିବେ।

ଏହାପରେ ଶିବଙ୍କ ପରାମର୍ଶ ଅନୁସାରେ, ସମସ୍ତ ଦେବାଦେବୀ ଏକତ୍ର ହୋଇ ଭଗବାନ ଗଣେଶଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ରାକ୍ଷସର ବିନାଶ ପାଇଁ ଅନୁରୋଧ କରିଥିଲେ। ଏହାପରେ ଭଗବାନ ଗଣେଶ ଅନଳାସୁର ରାକ୍ଷସକୁ ଗିଳି ଦେଇଥିଲେ। କିନ୍ତୁ ଅନଳାସୁରକୁ ଗିଳି ଦେବା ପରେ ଶ୍ରୀ ଗଣେଶଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ କାଶ୍ୟପ ଋଷି ଲମ୍ବୋଦରଙ୍କୁ ୨୧ଟି ଦୁବ ଘାସ ଖାଇବାକୁ ପରାମର୍ଶ ଦେଲେ । ଋଷିଙ୍କ କଥା ଅନୁସାରେ, ଶ୍ରୀ ଗଣେଶ ଦୁବ ଖାଇ ପେଟ ଯନ୍ତ୍ରଣାରୁ ମୁକ୍ତ ହୋଇଥିଲେ । ସେବେଠାରୁ ବିଶ୍ୱାସ ରହିଛି ଯେ, ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ଗଣପତି ମହାରାଜ ପ୍ରସନ୍ନ ହୋଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+