Odia Naba Barsha: ବିଷୁବ ସଂକ୍ରାନ୍ତିରେ କାହିଁକି ପ୍ରସ୍ତୁତ ହୁଏ ବେଲ ପଣା ?
ପଣା ସଂକ୍ରାନ୍ତି ବା ମହା ବିଷୁଭ ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବବର୍ଷ ବୋଲି ସାଧାରଣରେ ଧରାଯାଏ। ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାନ୍ତ ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ମେଷ ସଂକ୍ରାନ୍ତି ବୋଲି ବିବେଚନା କରାଯାଏ। ଏହି ଦିନ ଠାରୁ ସୂର୍ଯ୍ୟଦେବ ପ୍ରାୟ ଏକମାସ ମେଷ ରାଶିରେ ବିରାଜମାନ କରନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣା ସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଏହି ଦିନ ପ୍ରସ୍ତୁତ ହେଉଥିବା ସ୍ବତନ୍ତ୍ର ପଣା ବିଷୟରେ...
ପୌରାଣିତ ତଥ୍ୟ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି।

ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ ।ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ଆଉ ପ୍ରତ୍ୟକ ଓଡ଼ିଆଣୀ ମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ଏହା ତଳେ ଏକ ଛୋଟ ଛିଦ୍ର ଥାଏ। ଉକ୍ତ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ।
ବେଲପଣାରେ ଅନେକ ପ୍ରକାର ଔଷଧୀୟ ଗୁଣ ମଧ୍ୟ ରହିଛି। ପଣା ପିଇଲେ ପେଟ ସମସ୍ୟା ଦୂର ହେବା ସହିତ କୋଷ୍ଠକାଠିନ୍ୟ ଓ ଅଲସର ଭଳି ରୋଗ ଦୂର ହୋଇଥାଏ। ଏବଂ ଉଚ୍ଚ ରକ୍ତ ଚାପ ଓ ଯକୃତ ଜନିତ ସମସ୍ୟା ଦୂର ହୋଇଥାଏ।












Click it and Unblock the Notifications