କାହିଁକି ମହାପ୍ରଭୁ ପିନ୍ଧନ୍ତି ଟାହିଆ, ପଛରେ ରହିଛି ବଡ ଇତିହାସ ?
ଟାହିଆ ଲାଗି ବେଶ ଶ୍ରୀଜଗନ୍ନାଥଙ୍କ ପହଣ୍ଡିବିଜେ ସମୟରେ ଦେଖିବାକୁ ମିଳିଥାଏ । ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଧାଡି ପହଣ୍ଡିରେ ରଥ ଉପରକୁ ଆସନ୍ତି । ସେହି ସମୟରେ ପ୍ରଭୁମାନଙ୍କୁ ସୁନ୍ଦର ଟାହିହା ମାନ ପିନ୍ଧାଇ ଦିଆଯାଇଥାଏ । ଏହି ମନଲୋଭା ବେଶକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକ ଥାଆନ୍ତି ।

ଏହି ଟାହିଆ ବା ମୁକୁଟ ବେତ-ବାଉଁଶ, ସୋଲ ଓ ଫୁଲରେ ନିର୍ମିତ ହୋଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ । କିନ୍ତୁ ଏହା ପଛରେ ରହିଛି ବଡ ଇତିହାସ ।
ପୁରୁଷୋତ୍ତମ ଦେବଙ୍କ ସମୟରେ ମହାପ୍ରଭୁଙ୍କର ଚାପରେ ନରେନ୍ଦ୍ର ପୁଷ୍କରିଣୀରେ ଝଡ଼ ବତାଶରେ ମଦନମୋହନଙ୍କ ଚାପଟି ବୁଡ଼ିଯାଇଥିଲା । ସେହି ସମୟରେ ରାଘବ ଦାସ ମଠ ମହନ୍ତ ମଦନମୋହନବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ । ଗଜପତି ପୁରୁଷୋତ୍ତମ ଦେବ ସେହି ଦିନଠାରୁ ରାଘବ ଦାସ ମଠକୁ ମହାପ୍ରଭୁଙ୍କର ପହଣ୍ଡିର ସମସ୍ତ ଟାହିଆ ଯୋଗାଇଦେବା ନିମନ୍ତେ ସ୍ଥାବର ଭୂସମ୍ପତି ଯୋଗାଇଦେଇଥିଲେ । ସେବେଠାରୁ ଏପର୍ଯ୍ୟନ୍ତ ମଠ ପକ୍ଷରୁ ଏହି ସେବା ଯୋଗାଇଦିଆଯାଉଛି












Click it and Unblock the Notifications