କାହିଁକି ହୋଇଥାଏ ଅଂଶୁଘାତ? ଏହାର ଲକ୍ଷଣ କଣ ? ଏଥିରୁ ବର୍ତ୍ତିବେ କିପରି, ଜାଣନ୍ତୁ

ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ଅସହ୍ୟ ହେବାରେ ଲାଗିଛି। ଆଉ ଏହି ତାପମାତ୍ରା ଦେଖି ଲୋକେ ଏବେ ଘରୁ ବାହାରିବାକୁ ବି ଡରିଲେଣି। ତେବେ ତାପମାତ୍ରାକୁ ନେଇ ଲୋକଙ୍କ ମନରେ ଅଂଶୁଘାତର ଭୟ ମଧ୍ୟ ରହିଛି। ତେଣୁ ଆସନ୍ତୁ ଜାଣିବା, ଅଂଶୁଘାତ କ'ଣ, ଏହାର ଲକ୍ଷଣ ଏବଂ ଅଂଶୁଘାତ ହେଲେ କ'ଣ କରିବେ।

ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ କ'ଣ?
ସାଧାରଣ ଭାଷାରେ ହିଟ୍ ଷ୍ଟ୍ରୋକକୁ ଅଂଶୁଘାତ ବୋଲି କୁହାଯାଏ । ଅତ୍ୟଧିକ ତାପମାତ୍ରା କାରଣରୁ ଶରୀର ଉତ୍ତାପକୁ ନିୟନ୍ତୟଣ କରିପାରେନାହିଁ । ଏହି ସମୟରେ ଲୋକଙ୍କୁ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍ ହୁଏ । ହିଟ୍ ଷ୍ଟ୍ରୋକ୍ ହେବାର ୧୦ରୁ ୧୫ ମିନିଟ୍ ମଧ୍ୟରେ ଜଣେ ବ୍ୟକ୍ତିର ଶରୀର ସାଧାରଣ ତାପାମତ୍ରାକୁ ଆସିବା ଆବଶ୍ୟକ, ନହେଲେ ମୃତ୍ୟୁବରଣ ହେବାର ସମ୍ଭାବନା ଥାଏ ।

ହିଟ୍ ଷ୍ଟ୍ରୋକ୍ ର ଲକ୍ଷଣ: ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବିନ୍ଧ, ଜ୍ୱର, ବାନ୍ତି , ଚର୍ମର ନାଲି ପଡିବା , ହୃଦସ୍ପନ୍ଦନ ବା ହାର୍ଟ ବିଟ୍ ବଢିଯିବା ଚର୍ମ ନରମ ହେବା ଏବଂ ଶୁଷ୍କ ଦେଖାଯିବ ।

Why does a stroke happen

ହିଟ୍ ଷ୍ଟ୍ରୋକ୍ ରୁ ବର୍ତ୍ତିବେ କିପରି?

  • ନିଜକୁ ହାଇଡ୍ରେଟ୍ ରଖନ୍ତୁ ବା ସଠିକ୍ ମାତ୍ରାରେ ପାଣି ପିଅନ୍ତୁ,
  • ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧନ୍ତୁ ,
  • ଯାତ୍ରା ସମୟରେ ପାଣି ଏବଂ ପିଆଜ ପାଖରେ ରଖନ୍ତୁ
  • ଘରୁ ବାହାରକୁ ଯିବାବେଳେ ଚଷମା, ଛତା କିମ୍ବା କ୍ୟାପ୍, ଜୋତା କିମ୍ବା ଚପଲ ବ୍ୟବହାର କରନ୍ତୁ ।
  • ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
  • ମଦ, ଚା, କଫି ଏବଂ କୋଲ୍ଡ ପାନୀୟର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏଗୁଡିକ ଡିହାଇଡ୍ରେସନ୍ ସୃଷ୍ଟି କରେ ।
  • ଛୋଟ ପିଲାମାନଙ୍କୁ କିମ୍ବା ଗୃହପାଳିତ ପଶୁମାନଙ୍କୁ ବନ୍ଦ ଗାଡିରେ ଛାଡନ୍ତୁ ନାହିଁ , ଆଉ ଯଦି ଛାଡୁଛନ୍ତି ସେଥିରେ ଏସି ଥିବା ଦରକାର ।
  • ଯଦି ଆପଣ ଦୁର୍ବଳ କିମ୍ବା ଅସୁସ୍ଥ ଅନୁଭବ କରୁଛନ୍ତି, ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।
  • ଦହି, ପଇଡ, ଲେମ୍ବୁ ରସ, ତୋରାଣି ପାଣି, ଖାଲି ପାଣି ଆଦି ଉପଯୁକ୍ତ ମାତ୍ରାରେ ପିଆନ୍ତୁ । ଏହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ ।
  • ପଶୁମାନଙ୍କୁ ଛାଇରେ ରଖନ୍ତୁ ଏବଂ ସେମାନଙ୍କୁ ପିଇବା ପାଇଁ ପର‌୍ୟ୍ୟାପ୍ତ ପରିମାଣର ପାଣି ଦିଅନ୍ତୁ ।
  • ଘରକୁ ଥଣ୍ଡା ରଖନ୍ତି ।

ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ ହେଲେ କ'ଣ କରିବେ?

ବ୍ୟକ୍ତିଙ୍କୁ ଛାଇ କିମ୍ବା ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । ପ୍ରଥମେ ଶରୀରକୁ ଥଣ୍ଡା କରିବାକୁ ଚେଷ୍ଟା କରନ୍ତୁ ।
ଶରୀରର ତାପମାତ୍ରା ହ୍ରାସ କରିବାକୁ, ତାଙ୍କ ମୁଣ୍ଡରେ ପାଣି ଢାଳନ୍ତୁ ।
ବ୍ୟକ୍ତିଙ୍କୁ ଓଆରଏସ୍ , ପଇଡ ପାଣି, କିମ୍ବା ଗ୍ଳୁକୋଜ୍ ପାଣି ପିଇବାକୁ ଦିଅନ୍ତୁ ।
ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+