Get Updates
Get notified of breaking news, exclusive insights, and must-see stories!

କାହିଁକି ଓଡ଼ିଶା ସହ ଏତେ ଘନିଷ୍ଠ ସଂପର୍କ ଥିଲା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର , ଜାଣିଲେ ହେବେ ଆଶ୍ଚର୍ଯ୍ୟ ?

ପରଲୋକରେ ଉଦାରୀକରଣ ଅର୍ଥନୀତିର ସ୍ଥପତି । ଚିରଦିନ ପାଇଁ ଆଖି ବୁଝିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଶନିବାର ହେବ ଶେଷକୃତ୍ୟ । ଶୁକ୍ରବାର ତାଙ୍କ ବାସଭବନରେ ପାର୍ଥୀବ ଶରୀରର ଶେଷ ଦର୍ଶନ କରୁଛନ୍ତି ନେତା, ମନ୍ତ୍ରୀ । ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଆଜି ପାଇଁ ଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଦିଲ୍ଲୀ ଏମ୍ସରେ ପରଲୋକ ପରେ ମର ଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଛି ।

manmohan singh

ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ଥିଲା ଘନିଷ୍ଠ ସମ୍ପର୍କ । ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣି ପ୍ରତି ଆକର୍ଷିତ ଥିଲେ । ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏଠି ସମୟ ବିତାଉଥିଲେ। କାରଣ ଓଡ଼ିଶାରେ ଥିଲା ମନମୋହନ ସିଂହଙ୍କ ସମୁଦି ଘର । ଓଡ଼ିଆ ପୁଅଙ୍କୁ ନିଜର ଜ୍ୱାଇଁ ଭାବେ ଗ୍ରହଣ କରିଥିଲେ ।

ଅର୍ଥାତ୍ ନିଜ ଦ୍ଵିତୀୟ ଝିଅ ଦମନ ସିଂହଙ୍କୁ ବିବାହ ଦେଇଥିଲେ । ଏଣୁ ଓଡ଼ିଶାକୁ ଖୁବ ଭଲ ପାଉଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ । ପଦରେ ରହିବା ପୂର୍ବରୁ ଓ ପରେ ମଧ୍ୟ ଲାଗି ରହିଥିଲା ଓଡ଼ିଶାକୁ ତାଙ୍କର ଯିବା ଆସିବା । ଦମନ ସିଂହ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସେଣ୍ଟ ଷ୍ଟିଫେନସ୍ କଲେଜରୁ ସ୍ନାତକ ହାସଲ କରିବା ପରେ ଗୁଜରାଟର IRMA ରେ ରୁରାଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ । ସେ ଜଣେ ସୁଲେଖିକା ଭାବେ ମଧ୍ୟ ପରିଚିତ । ୧୯୯୧ ମସିହାରେ ସେ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ଦମନଙ୍କ ଡାକ ନାଁ ନୋନୁ। ଶ୍ୱଶୂରଙ୍କ ଘରେ ସେ ଏହି ନାଁରେ ପରିଚିତ ଥିଲେ ।

ସେହିପରି ତାଙ୍କ ଜ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ, ଗୁଜରାଟ କ୍ୟାଡରର ଭାରତୀୟ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକ । ୧୯୮୩ ବ୍ୟାଚ୍‍ର ଏହି ଆଇପିଏସ୍‍ ଜାତୀୟ ଗୁଇନ୍ଦା ଗ୍ରୀଡ୍‍ ( ନାଟ ଗ୍ରୀଡ୍‍)ର ସିଇଓ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମନମୋହନଙ୍କ କାର୍ଯ୍ୟକାଳ ଶେଷ ପରେ ଅର୍ଥାତ୍‍ ୨୦୧୬ ମସିହାରୁ ୨୦୧୮ ମସିହା ଯାଏ ଅପରାଧୀ ତଥା ସନ୍ଦିଗ୍‍ଧଙ୍କୁ ଠାବ କରିବା ପାଇଁ ଗୁଇନ୍ଦା ଗ୍ରୀଡ୍‍ ନେଟଓ୍ୱର୍କରେ ଯେତେବେଳେ ବ୍ୟାପକ ସଂସ୍କାର କରାଯାଉଥିଲା ସେ ସେହି ସମୟରେ ତାହାର ସିଇଓ ଥିଲେ। ୨୦୦୭ ମସିହାରେ ଅଶୋକଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ମିଳିଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହ ତାଙ୍କୁ ପିନ୍ଧାଇଥିଲେ।

କହିବାକୁ ଗଲେ ମନମୋହନଙ୍କ ପରିବାର ଭଳି ଅଶୋକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ସରଳ ଏବଂ ନିର୍ବିବାଦୀୟ । ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜାନୁୟାରୀ ୨୦୧୨ ମସିହାରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କ ପତ୍ନୀ ଗୁରୁଶରନ୍‍ କୌର ଅଶୋକଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ । ଅଶୋକଙ୍କ ପରିବାର କଟକର ବାସିନ୍ଦା ହୋଇଥିଲେ ମଧ୍ୟ ଏବେ ଭୁବନେଶ୍ୱରରେ ରହୁଛନ୍ତି । ସେତେବେଳେ ଗୁରୁଶରନଙ୍କ ପାଇଁ ଅଶୋକଙ୍କ ମା' ରତ୍ନମାଳା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+