For Quick Alerts
Turn On Notification  
For Daily Alerts
Oneindia App Download

ନବ ଦାସଙ୍କୁ କାହିଁକି ହତ୍ୟା କଲେ ASI ଗୋପାଳ ଦାସ ?

ହତ୍ୟାକାଣ୍ଡକୁ ନେଇ ସାଧାରଣରେ ହଜାରେ ପ୍ରଶ୍ନ । କାହିଁକି ନବ ଦାସଙ୍କୁ ହତ୍ୟା କଲେ ASI ଗୋପାଳ ଦାସ ? ଅବା ଏହି ହତ୍ୟାକାଣ୍ଡ ପଛରେ କିଛି ବଡ଼ ଷଡଯନ୍ତ୍ର ନାହିଁ ତ ?

|
Naba Das Death Case

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପ୍ରାୟ 24 ଘଣ୍ଟା ବିତିଯାଇଛି । ପଞ୍ଚଭୂତରେ ଲିନ ହୋଇ ସାରିଲେଣି ସ୍ୱର୍ଗତ ନବ ଦାସ । ହେଲେ ଏଯାଏଁ ସାମ୍ନାକୁ ଆସି ପାରିଲା ନାହିଁ ହତ୍ୟାକାଣ୍ଡ ପଛର ଅସଲ କାରଣ । ହତ୍ୟାକାଣ୍ଡକୁ ନେଇ ସାଧାରଣରେ ହଜାରେ ପ୍ରଶ୍ନ । କାହିଁକି ନବ ଦାସଙ୍କୁ ହତ୍ୟା କଲେ ASI ଗୋପାଳ ଦାସ ? ଅବା ଏହି ହତ୍ୟାକାଣ୍ଡ ପଛରେ କିଛି ବଡ଼ ଷଡଯନ୍ତ୍ର ନାହିଁ ତ ? ଗୋପାଳ- ନବଙ୍କ ମଧ୍ୟରେ ଥିଲା କି ସମ୍ପର୍କ ? ଗୋପାଳ ସତରେ ମାନସିକ ରୋଗୀ ଥିଲେ ନା ଘଟଣାକୁ ଏକ ନୂଆ ମୋଡ ଦିଆଯାଉଛି । ଯଦି ମାନସିକ ରୋଗି ଥିଲେ, ତେବେ କଣ ପାଇଁ ତାଙ୍କୁ ଦିଆଯାଉ ଥିଲା ବନ୍ଧୁକ ? ଏହିପରି ଗୁଡାଏ ପ୍ରଶ୍ନ ଗୋପାଳକୁ ନେଇ... ତେବେ ଆସନ୍ତୁ ଏହି ସବୁ ପ୍ରଶ୍ନକୁ ତର୍ଜାମା କରିବା...

ଗୋପାଳଙ୍କର ଥିଲା ବାଇପୋଲାର ଡିଜ୍ଅର୍ଡର

ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣଙ୍କର ଥିଲା ବାଇପୋଲାର ଡିଜ୍ଅର୍ଡର । ଏଣୁ ସେ ହଠାତ୍ ଖୁବ୍ ରାଗିଯାଉ ଥିଲେ । ପ୍ରାୟ ଆଠରୁ ଦଶ ବର୍ଷ ତଳେ ସେ ପ୍ରଥମେ କ୍ଲିନିକକୁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି MKCGର ସାଇକିଆଟ୍ରିକ ମୁଖ୍ୟ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ । ଗୋପାଳ ନିୟମିତ ଔଷଧ ଖାଉଥିଲେ ନା ନାହିଁ ଜଣାପଡ଼ିନି ।

ଏବେ ପ୍ରଶ୍ନ ଆସୁଛି-

  • -ଗୋପାଳକୃଷ୍ଣଙ୍କ ମାନସିକ ରୋଗ ସମ୍ପର୍କରେ ପୋଲିସ ବିଭାଗ ଅବଗତ ଥିଲା ନା ନାହିଁ ?
  • -ଯଦି ଅବଗତ ଥିଲା ତେବେ ତାଙ୍କୁ ଦାୟିତ୍ୱରେ ନିୟୋଜିତ ରଖାଯାଇ ଥିଲା କେମିତି ?
  • -ନା' ମାନସିକ ରୋଗୀର ଆଳ ଦେଖାଇ ମାମଲାକୁ ଭିନ୍ନ ଦିଗରେ ମୋଡ଼ି ଦେବାକୁ ଉଦ୍ୟମ କରାଯାଉଛି ?

ମାନସିକ ରୋଗ ବିଷୟରେ ସର୍ଭିସ ବୁକରେ ଚିହ୍ନବର୍ଣ୍ଣ ନାହିଁ

ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ବୁକ ବେଶ ଭଲ । ସେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ଏହି ସର୍ଭିସ ବୁକରେ ଏହାର କୌଣସି ଚିହ୍ନବର୍ଣ୍ଣ ନାହିଁ । ବରଂ ନିଜର ୨୮ ବର୍ଷର କ୍ୟାରିୟର ମଧ୍ୟରେ ସେ ପଦୋନ୍ନତି ପରେ ପରେ ପଦୋନ୍ନତି ଓ ମେଡାଲ ପରେ ମେଡାଲ ପାଇ ଚାଲିଥିଲେ ।

୮ ଜୁଲାଇ ୧୯୯୨ରେ ପ୍ରଥମେ ଚାକିରି ପାଇଥିଲେ । ପ୍ରଥମେ ଗଞ୍ଜାମ ବ୍ରହ୍ମପୁରରେ ପୋଷ୍ଟିଂ ହୋଇଥିଲା । ୯ ଅକ୍ଟୋବର ୨୦୦୯ରେ ଏଏସଆଇକୁ ପଦୋନ୍ନତି ମିଳିଥିଲା । ପରେ ହାବିଲଦାରରୁ ଏଏସଆଇ ହୋଇଥିଲେ । ୨୮ ନଭେମ୍ବର ୨୦୨୦ରୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ନିଯୁକ୍ତି ପାଇଥିଲେ । ସେହିପରି ଭଲ କାମ ପାଇଁ ୧୨ ଥର ପୁରସ୍କୃତ ହୋଇଛନ୍ତି ଗୋପାଳ ।

ଏବେ ପ୍ରଶ୍ନ ଆସୁଛି-

  • - ଯଦି ଗୋପାଳ ମାନସିକ ରୋଗରେ ପୀଡିତ ଥିଲେ, ତେବେ ସର୍ଭିସ ବୁକରେ ଉଲ୍ଲେଖ ନାହିଁ କାହିଁକି ?
  • - ଯଦି ସର୍ଭିସ ବୁକ ସତ କହୁଛି, ଗୋପାଳ ମାନସିକ ଭାବେ ସଠିକ୍, ତେବେ କାହିଁକି ସେ ଏଭଳି ଭୟାନକ କାଣ୍ଡ ଭିଆଇଲେ ?

ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ପରେ ଏବେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଯେତେବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀ ମାନେ କୌଣସି ଗସ୍ତରେ ଯାଇଥାନ୍ତି । ସେତେବେଳେ ୟେଲୋ ବୁକ୍ ଅନୁସାରେ ଜାରି ହୋଇଥାଏ ଏସଓପି । ମନ୍ତ୍ରୀଙ୍କ ପିଏ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ପୋଲିସ ଡିଜି, ଏସପି ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥାନ୍ତି ।

ଏବେ ପ୍ରଶ୍ନ ଆସୁଛି-

  • ପାଳନ ହୋଇଥିଲା କି ଏସ୍ଓପି ?
  • କଣ କରୁଥିଲେ ମନ୍ତ୍ରୀଙ୍କ ପିଏସ୍ଓ ?
  • ଆକ୍ରମଣ ନେଇ ସୂଚନା ପାଇଥିଲା କି ଗୁଇନ୍ଦା ବିଭାଗ ?

ଉଲ୍ଲେଖଥାଉ କି, ଗତକାଲି ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିମାଡ଼ରେ ନିହତ ହୋଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଗୁଳିମାଡ଼ ତାଙ୍କୁ ଗୁଳିମାଡ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଢିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ତାଙ୍କ ଚିକିତ୍ସା କରାଯିବା ପରେ ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Why did Police ASI Gopal Das Kill Odisha Health Minister Naba Das ?
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X