Get Updates
Get notified of breaking news, exclusive insights, and must-see stories!

କାହିଁକି ବିଳମ୍ବ ହେଉଛି ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ ? ଛିଡ଼ୁନି କି ଭାଗବଣ୍ଟା...

ଭୁବନେଶ୍ୱର: ରାଜ୍ୟରେ ସରିଛି ନିର୍ବାଚନ । ବାଜି ମାରି ନେଇଛି ବିଜେପି । 24 ବର୍ଷର ସ୍ଥିର ସରକାର ବିଜେଡି ହାତରୁ 7ମତା ନେଇ ସରକାର ଗଠନ କରିଛି ବିଜେପି । ଏହା ସହ 12 ତାରିଖରେ ଭବ୍ୟ ଆୟୋଜନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ 16 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ।

mohan charan majhi

ଏବେ ପ୍ରଶ୍ନ ଉଠୁଛି କାହାକୁ ମିଳିବ କେଉଁ ବିଭାଗ ? ସାଧାରଣତଃ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣର କିଛି ସମୟ ମଧ୍ୟରେ ବିଭାଗ ବଣ୍ଟନ ହୋଇଯାଏ । କିନ୍ତୁ ବିଜେପିର ନୂଆ ସରକାର ଗଠନ ହେବାର ତିନି ଦିନ ପରେ ମଧ୍ୟ ଏହା ହୋଇପାରିନାହିଁ । ଏପରିକି ଆହୁରି 6 ମନ୍ତ୍ରୀ ପଦ ଖାଲି ପଡ଼ିଛି । ଏହାକୁ ନେଇ ସାଧାରଣଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପ୍ରଥମ କ୍ୟାବିନେଟ୍ ବୈଠକ ବସି ବିଭିନ୍ନ ନିଷ୍ପତ୍ତିରେ ମୋହର ବାଜିଥିଲେ ବି ବିଭାଗ ବଣ୍ଟନ ହୋଇନି । ପ୍ରଶ୍ନ ଉଠୁଛି କାହିଁକି ବିଭାଗ ବଣ୍ଟନରେ ଏତେ ବିଳମ୍ବ ହେଉଛି ?
ଛିଡ଼ୁନି କି ବିଭାଗ ବଣ୍ଟନ ଅଙ୍କ ?
ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଅଧିକାଂଶ ନୂଆ ଚେହେରା । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛାଡିଦେଲେ ବାକି କେହି ପୂର୍ବରୁ ମନ୍ତ୍ରୀ ପଦ ସମ୍ଭାଳି ନାହାଁନ୍ତି । କେଉଁ ବିଭାଗରେ କାହାର ଦକ୍ଷତା ଅଛି ? କେଉଁ ବିଭାଗ କିଏ ଭଲ ଭାବେ ସମ୍ଭାଳି ପାରିବେ, ସେ ନେଇ ତର୍ଜମା କରୁଥାଇପାରେ ଦଳ । ଏପରିକି କ୍ୟାବିନେଟରେ ଅନେକ ନବାଗତ ଥିବାରୁ ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାକୁ ନେଇ ମଧ୍ୟ ଚିନ୍ତନମନ୍ଥନ ଜାରି ରହିଛି ବୋଲି କୁହାଯାଉଛି ।
ନୂଆ ସରକାରକୁ ଅଡ଼ୁଆ ଅସନ୍ତୁଷ୍ଟ ନେତା!
ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । ସରକାର ଚଳାଇବାରେ ରାଜ୍ୟ ୟୁନିଟ୍ ର ସେତେଟା ଅଭିଜ୍ଞତା ନଥିବା ମଧ୍ୟ ବିଭାଗ ବଣ୍ଟନରେ ବିଳମ୍ବର ଏକ ପ୍ରମୁଖ କାରଣ ହୋଇପାରେ । ଅପରପକ୍ଷରେ ଦଳରେ ଅନେକ ଗ୍ରୁପ୍ ରହିଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ତେଣୁ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ ପ୍ରଭାବଶାଳୀ ଗ୍ରୁପ୍ ଲବି କରୁଥିବା କୁହାଯାଉଛି । ମନ୍ତ୍ରୀ ପଦ ତାଲିକାକୁ ନେଇ ବି କିଛି ପ୍ରଭାବଶାଳୀ ନେତା ହସ୍ତକ୍ଷେପ କରିଥିବା ଚର୍ଚ୍ଚା ହୋଇଥିଲା । ଏବେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ ବି ବିଭାଗ ନେଇ ଲବି ହେଉଥିବା କୁହାଯାଉଛି ।
ଅପରପକ୍ଷରେ ରାଜ୍ୟରେ ବିଜେପିର ପ୍ରଥମ ସରକାର ହୋଇଥିବାରୁ ଏହାର ରଣନୀତି ଉପରେ ଗଣମାଧ୍ୟମ ତଥା ଜନତାଙ୍କ ନଜର ରହିଛି । ତେଣୁ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ବି ଦେଖି ଚାହିଁ କରୁଛି ବିଜେପି ସରକାର । ସମାଲୋଚନା ବା ନିଷ୍ପତ୍ତି ବୁମେରାଂ ହେବା ଆଶଙ୍କାରେ ସତର୍କତାର ସହ ନିଷ୍ପତ୍ତି ନେଉଛି । ବହୁମତ ପାଇବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାରେ ଦଳ ସେଥିପାଇଁ ଅଧିକ ସମୟ ନେଇଥିବା କୁହାଯାଇଥିଲା ।
6 ମନ୍ତ୍ରୀ ପଦ କାହା ପାଇଁ ?
ମୋହନ କ୍ୟାବିନେଟ୍ ରେ ମୋଟ୍ 8 କ୍ୟାବିନେଟ୍ ଓ 5 ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଏହା ପରେ ବି ଆହୁରି 6 ମନ୍ତ୍ରୀ ପଦ ଖାଲି ପଡ଼ିଛି । ଅପରପକ୍ଷରେ ମନ୍ତ୍ରିମଣ୍ଡଳରେ ବରିଷ୍ଠ ନେତାଙ୍କୁ ସ୍ଥାନ ନମିଳିବାରୁ ଅସନ୍ତୋଷ ତେଜିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମିଳିନି ମନ୍ତ୍ରୀ ପଦ । ଏହା ସହ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକଙ୍କୁ ହରାଇ ଚର୍ଚ୍ଚାର ବିଷୟ ପାଲଟିଥିବା ଲକ୍ଷ୍ମଣ ବାଗଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ କୁହାଯାଉଥିଲା । ସେହିପରି କୋରାପୁଟ ବିଧାୟକ ରଘୁରାମ ମାଛ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ଏବଂ ଅତନୁ ସବ୍ୟସାଚୀଙ୍କୁ ହରାଇଥିବା ଦୁର୍ଗାପ୍ରସନ୍ନ ନାୟକ ମଧ୍ୟ ମନ୍ତ୍ରୀପଦ ରେସରେ ଥିଲେ । ମନ୍ତ୍ରିମଣ୍ଡଳରେ ସାମିଲ ନହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି ।
ଆହୁରି 6 ମନ୍ତ୍ରୀ ପଦ ସହ ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦ ଏପର୍ଯ୍ୟନ୍ତ ପୂରଣ ହୋଇନି । ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍ କରିବା ମୋହନ ସରକାର ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି ବୋଲି ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+