ଜାଣନ୍ତୁ କାହିଁକି ଦୁର୍ବଳ ହେଲା ବାତ୍ୟା 'ଦାନା'

Cyclone Dana: ଶେଷ ହୋଇଛି ବାତ୍ୟା 'ଦାନା'ର ଲ୍ୟାଣ୍ତଫଲ୍ ପ୍ରକ୍ରିୟା । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବର୍ତ୍ତମାନ ଘଣ୍ଟାକୁ ୧୦ କିମି ବେଗରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ନେଇ ସୂଚନା ରହିଛି । 'ଦାନା' ବାତ୍ୟାରେ ପରିଣତ ହେବା ପରେ ସ୍ଥଳ ଭାଗରେ ପବନର ବେଗ ୮୦ରୁ ୯୦ କିମି ରହିଛି । ହେଲେ ଏତେ ଭୟଙ୍କର ବାତ୍ୟା କିପରି ଦୁର୍ବଳ ହୋଇ ପଡିଲା ତାକୁ ନେଇ ବର୍ତ୍ତମାନ ସମସ୍ତ ମନରେ ସୃଷ୍ଟି ହେଉଛି ପ୍ରଶ୍ନ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସମସ୍ତ ମନର ଦ୍ୱନ୍ଦ ଦୂର କରିଛନ୍ତି । ସେ କହିଛନ୍ତି, ଭୟଙ୍କର ବାତ୍ୟା 'ଦାନା' ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହୋଇଥିଲା, ଯାହା ଫଳରେ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇପଡିଥିଲା । ତେବେ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ ସୃଷ୍ଟି ହେବା କାରଣରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା ଏବଂ ବାତ୍ୟା ଦୁର୍ବଳ ହୋଇପଡ଼ିଥିଲା । ସାଧାରଣତଃ ଲ୍ୟାଣ୍ତଫଲ୍ ପାଇଁ ୫ରୁ ୬ ଘଣ୍ଟା ଲାଗିଥାଏ।

Cyclone Dana

ଗୁରୁବାର ରାତି ୧୨ ଟା ୫ରେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବାତ୍ୟା ଦାନ ପ୍ରଭାବ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ଅଞ୍ଚଳରେ ପଡିଛି । ଅନେକ ଗଛ ଭାଙ୍ଗିବା ସହ ଉଚ୍ଚ ଜୁଆର ମାଡ଼ି ଆସିଥିଲା। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିଥିଲା ।

ବାତ୍ୟା ଦାନ ପାଇଁ କେନ୍ଦୁଝର, ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର ଓ ପୁରୀ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ଆଜି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+