Get Updates
Get notified of breaking news, exclusive insights, and must-see stories!

ପ୍ରତି ବର୍ଷ ମେ’ ମାସରେ କାହିଁକି ଆସୁଛି ବାତ୍ୟା ?

Cyclone in Odisha: ଆରମ୍ଭ ହୋଇଯାଇଛି ମେ ମାସ । ବିଗତ କିଛି ବର୍ଷ ହେଲା ଏହି ମାସଟିକୁ ଏକ ବାତ୍ୟାମାସ ଭାବେ ଗଣାଯାଉଛି । କାରଣ ଏହି ମାସରେ ବଙ୍ଗୋପସାଗର ଅଶାନ୍ତ ରହିବା ସହ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଅଧିକ ରହୁଛି ।

ସୂଚନାତାଉ କି, ୨୦୧୯ରେ ବଙ୍ଗୋପସାଗରରେ ସୃଷ୍ଟ ଅତି ଭୀଷଣ ବାତ୍ୟା ଫନି ମେ ୩ରେ ଲାଣ୍ଡଫଲ କରିଥିଲା । ତା ପରବର୍ଷ ଅର୍ଥାତ ୨୦୨୦ ମେ ୨୦ରେ ବାତ୍ୟା ଅମ୍ଫାନ, ୨୦୨୧ ମେ ୨୬ ରେ ବାତ୍ୟା ୟାସ୍ ଏବଂ ୨୦୨୨ ମେ ୭ ତାରିଖରେ ଅସାନୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ଏଣୁ ମେ ମାସ ଆସିଲେ ଓଡ଼ିଶା ଲୋକମାନଙ୍କ ମନରେ ଛନକା ପଶିଯାଏ ।

Cyclone in Odisha

ତେବେ ମେ' ମାସରେ ଏହି ସବୁ ବାତ୍ୟା ପାଇଁ ପାଣିପାଗ ବିଜ୍ଞାନୀ ବିଶ୍ବ ତାପନ ବା ଗ୍ଳୋବାଲ ଓ୍ବାର୍ମିଂକୁ ଦାୟୀ କରିଛନ୍ତି । ଗ୍ଳୋବାଲ ଓ୍ବାର୍ମିଂ ପାଇଁ ସମୁଦ୍ରର ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଛି । ଏହାର ପ୍ରଭାବରେ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଛି । ଫଳରେ ମେ' ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବଳ ଗୋଟାଇ ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇ ଭୟଙ୍କର ରୂପରେ ଲ୍ୟାଣ୍ଡଫଲ କରୁଛି ।

ତେବେ ଚଳିତ ବର୍ଷ ମଧ୍ୟ ପୁଣି ଥରେ ମେ' ମାସରେ ଆସୁଛି ବାତ୍ୟା । ଯଦି ଏହି ବାତ୍ୟା ଆସେ ଓ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ କରେ, ତେବେ ଏହି ବାତ୍ୟାର ନାମ ରହିଛି 'ମୋଚା' । ଚଳିତ ମେ' ୧୧ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ପାରେ ଏକ ବାତ୍ୟା । ଏନେଇ ଆକଳନ କରିଛି ଆମେରିକାନ୍ GFS ମଡେଲ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ବିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ । ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ଏହାର ନାଁ ରହିବ ମୋଚା । ଯାହାର ନାମକରଣ କରିଛି ୟେମେନ ।

ତେବେ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବାନା ଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ ।
ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିବା କହିଛି ବିଭାଗ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନା, ତାହା ଏଯାଏ ସ୍ପଷ୍ଟ ହୋଇନି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+