କାହାର କଟିବ ରାସନ କାର୍ଡ ? ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ
ରାସନ କାର୍ଡକୁ ନେଇ ପୁଣି ବଡ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଗହମ। ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କେଉଁ ଜିଲ୍ଲାରୁ କେତେ ହିତାଧିକାରୀଙ୍କ ପାଇଁ କେତେ ଗହମର ଆବଶ୍ୟକତା ରହିଛି ତାର ଡାଟା ମଗାଯାଇଛି। କିଛି ହିତାଧିକାରୀ ଗହମ ଚାହୁଁଥିବାବେଳେ କିଛି ଗହମ ଚାହୁଁ ନାହାନ୍ତି। ଏଣୁ ଏ କାମ ସରିବା ପରେ ଲୋକଙ୍କୁ ମିଳିବ ଗହମ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର।
ମନ୍ତ୍ରୀ କହିଛନ୍ତି, E-KYC କାମ ୮୫% ଶେଷ ହୋଇଛି। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି। ସଂପୂର୍ଣ୍ଣ କାମ ସାରିବାକୁ ଆହୁରି ୧୫ ଦିନ ସମୟ ଲାଗିବ। ଏହା ପରେ ଜଣାଯିବ ଯେ କେତେ ଅଯୋଗ୍ୟ ହିତାଧିକାରୀ ରହିଥିଲେ। ସେହିଭଳି ନଭେମ୍ବର ଶେଷ ସୁଦ୍ଧା ହେବ ବରଗଡ଼ ସୋହେଲାରେ ହେବ ଚାଷୀ ସମାବେଶ। ୧ ଲକ୍ଷ ଚାଷୀ ଯୋଗ ଦେବେ ଏହି ସମାବେଶରେ। ମୁଖ୍ୟମନ୍ତ୍ରୀ ତାରିଖ ଦେବା ପରେ ଦିନ ଧାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର।
ଯୋଗାଣ ମନ୍ତ୍ରୀ କହିଛନ୍ତି, ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କର ରାସନ କାର୍ଡ କଟାଯିବ । ବର୍ତ୍ତମାନ ସୁଦ୍ଧା ଏତିକି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି, ଏବେ ସୁଦ୍ଧା ୧୬ ଲକ୍ଷ ୨୭ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସରକାର EKYC ଜାରି ରଖିଛନ୍ତି । ଆଉ ୧୫ ଦିନ ପରେ ଅଯୋଗ୍ୟ ହିତାଧିକାରଙ୍କ ନାଁ କଟାଯିବ । ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଆପେ ଆପେ ଲିଷ୍ଟରୁ କଟିଯିବ ।
ସେହିଭଳି ନୂଆ କରି ୧୦ ଲକ୍ଷ ଲୋକେ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ସେମାନଙ୍କର ଭେରିଫିକେସନ୍ କରାଯାଇ ରାସନ କାର୍ଡ ଦିଆଯିବ । E-KYC ପ୍ରକ୍ରିୟା ଶେଷ ହେବା ପରେ ନୂଆ ରାସନ କାର୍ଡ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀ କହିଛନ୍ତି, ଆମ ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି । ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବନି । ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କେବଳ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡରୁ ବାଦ୍ ଦିଆଯିବ । କିନ୍ତୁ କେହି ଜଣେ ହେଲେ ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବନି । ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ












Click it and Unblock the Notifications