କିଏ ହେବ ବାଚସ୍ପତି, ଜାଣନ୍ତୁ ରେସରେ ଆଗରେ କିଏ?

ଆସନ୍ତାକାଲି ବାଚସ୍ପତି ନିର୍ବାଚନ । କିଏ ହେବ ବାଚସ୍ପତି ସେ ନେଇ ଚାଲିଛି ମାନସ ମନ୍ଥନ । ବିଧାନସଭାର ୫୪ ନମ୍ବର କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପିର ବିଧାୟକ ଦଳ ବୈଠକ ବସିଛି ।

speaker

ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରୁଛନ୍ତି । ବାଚସ୍ପତିଙ୍କ ନାମ ସ୍ଥିର ହେବା ପରେ ସାଢ଼େ ୧୧ଟାରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରାଯିବ । ତେବେ ବାଚସ୍ପତି ରେସରେ ସବୁଠୁ ଆଗରେ ରହିଛି ସୁରମା ପାଢ଼ୀଙ୍କ ନାଁ ।

ଅନ୍ୟପଟେ ସର୍ବସମ୍ମତି କ୍ରମେ ବାଚସ୍ପତି ଚୟନ ନେଇ ସବୁ ଦଳର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ମୋହନ ମାଝୀ । ଅନ୍ୟପଟେ ବିଧାୟକଙ୍କ ଦୁଇ ଦିନିଆ ଶପଥ ଗ୍ରହଣ ସମାରୋହର ଆଜି ଶେଷ ଦିନ । ଆଜି ଅବଶିଷ୍ଟ ବିଧାୟକ ଶପଥ ଗ୍ରହଣ କରିବେ । ଗତକାଲି ପ୍ରଥମେ ବିଧାୟକ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+