Get Updates
Get notified of breaking news, exclusive insights, and must-see stories!

ବିରୋଧୀ ଦଳ ନେତା ଆସନରେ ବସିବେ କିଏ ? ଏହି ସବୁ ନେତାଙ୍କ ନାଁ ରେ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟକୁ ମିଳିଛି ନୂଆ ସରକାର ସହ ନୂଆ ମୁଖ୍ୟମନ୍ତ୍ରୀ । 2024 ବିଧାନସଭା ନିର୍ବାଚନରେ ରାଜ୍ୟରେ 24 ବର୍ଷର ବିଜେଡ଼ି ସରକାରର ପତନ ହୋଇଛି । ବିଜେପି ଏକାକୀ ବୃହତ୍ ଦଳ ଭାବେ ଉଭା ହେବା ସହ ସରକାର ଗଠନ କରିସାରିଛି । 24 ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏଥର ଫେଲ୍ ମାରିଛି । ଦଳକୁ ମିଳିଛି 51 ଆସନ । ଏହା ସହ ମୁଖ୍ୟ ବିରୋଧୀ ହୋଇଛି ବିଜେଡି । ଏପରିକି କଂଗ୍ରେସ ମଧ୍ୟ 14 ଆସନରେ ଜିତି ଅନ୍ୟ ବିରୋଧୀ ଦଳ ରହିଛି । ଏଥି ମଧ୍ୟରେ ପ୍ରଶ୍ନ ଉଠୁଛି ରାଜ୍ୟରେ ନୂଆ ସରକାର ସାମ୍ନାରେ ବିରୋଧୀ ଦଳର ନେତୃତ୍ୱ କିଏ ନେବେ ?

ରାଜ୍ୟରେ ସରକାର ବଦଳିଥିଲେ ବି ଏକ ମଜଭୁତ ବିରୋଧୀ ଦଳକୁ ସାମନା କରିବ ବିଜେପି । ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବିଜେଡି । କଂଗ୍ରେସ ବି ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ସରକାରୀ ଦଳକୁ ଘେରିବାକୁ ଫୁଲ୍ ଦମ୍ ରେ ଲାଗିପଡ଼ିବେ ବିରୋଧୀ । ତେବେ ମୁଖ୍ୟ ବିରୋଧୀ ଦଳର ନେତା ଭାବେ ନବୀନ ନିଜେ ସାମ୍ନାକୁ ଆସିବେ ନା ଏହି ଆସନରେ ଆଉ କାହାକୁ ବସାଇବେ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା ।

ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ କରାଯାଇଛି । ବିଜେଡିର ସବୁ ବିଧାୟକ ଓ ବରିଷ୍ଠ ନେତା ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିଜେଡି ସୁପ୍ରିମୋ, ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ଏନେଇ ନିଷ୍ପତ୍ତି ନେବେ । ଏପରିକି ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରୁ କିଏ ଜଣେ ବିରୋଧୀ ଦଳ ନେତା ହେବା ନେଇ ନାଁ ସାମ୍ନାକୁ ଆସିଛି ।

Politics
ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଗତ 5 ବର୍ଷ ଭିତରେ ଖୁବ୍‌ କମ୍ ସମୟ ଦେଖିବାକୁ ମିଳିଛି । ଏପରିକି ଗୃହ ଚାଲିଥିବା ସମୟରେ ସେ ବିରୋଧୀ ଦଳର ପ୍ରଶ୍ନକୁ ମଧ୍ୟ ଶୁଣି ତାକୁ ଉତ୍ତର ଦେଉ ନ ଥିବାରୁ ଅନେକ ସମୟରେ ଅଭିଯୋଗ ହୋଇଛି । ବହୁବାର ଗୃହରେ ମୁଖ୍ୟମନ୍ତ୍ରୀ ରହୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏବେ ପ୍ରଶ୍ନ ହେଉଛି କେମିତି ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ନବୀନ ?
ଏ ଭିତରେ ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ବିରୋଧୀ ଦଳ ନେତା ଭାବେ ଅନ୍ୟ ନେତାଙ୍କୁ ବାଛି ପାରନ୍ତି । ନିଜ ଛଡା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅରୁଣ ସାହୁ ଓ ପ୍ରତାପ ଦେବଙ୍କ ପରି ପ୍ରମୁଖ ନେତାଙ୍କୁ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଦେଇପାରନ୍ତି ।
ଏସବୁ ନେତାଙ୍କର ବହୁବର୍ଷରୁ ରାଜନୀତିରେ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । ବିରୋଧୀ ଦଳ ନେତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟ ସମସ୍ତ ସୁବିଧା ଦେଇଥାଏ। ଏଣୁ ଏ ପଦବୀ ପାଇଁ ଦଳର ବରିଷ୍ଠ ନେତାଙ୍କ ଭିତରେ ଆଗ୍ରହ ରହିବା ସ୍ବାଭାବିକ । କିନ୍ତୁ ଦଳର ସଭାପତି ଭାବେ ଏହା ନିର୍ଭର କରୁଛି ନବୀନ ଖୋଦ ଏ ପଦବୀକୁ ରଖୁଛନ୍ତି ନା କାହାକୁ ହସ୍ତାନ୍ତର କରୁଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+