ନୂଆ ବର୍ଷରେ ନୂଆ ପୋଲିସ ଡିଜି ପାଇବ ଓଡ଼ିଶା; ୭ ଜଣଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର
ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ପାଇବ ନୂଆ ପୋଲିସ ଡିଜି । ଜାନୁଆରୀ ପହିଲା ୨୦୨୪ରୁ ନୂଆ ପୋଲିସ ମୁଖିଆ ପାଇବ ଓଡ଼ିଶା । ଚଳିତ ବର୍ଷ ଡିସେମ୍ବର ୩୧ରେ ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ନୂଆ ପୋଲିସ ଡିଜି ପାଇବ ଓଡ଼ିଶା। ତେବେ କିଏ ଏହି ଦାୟୀତ୍ୱ ପାଇବ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।
ରାଜ୍ୟର ପୋଲିସ୍ ମୁଖିଆ କିଏ ହେବା ନେଇ ଏବେ ଚର୍ଚ୍ଚା । ଏହାରି ଭିତରେ କେନ୍ଦ୍ରକୁ ୭ ଆଇପିଏସଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ନୂଆ ପୋଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଧରିଛି ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ୭ ଆଇପିଏସଙ୍କ ନାମ ଡିଜିପି ଭାବେ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଯେଉଁଥିରେ ମହିଳା ଆଇପିଏସ ବି.ରାଧିକା, ଏ.ଏମ୍. ପ୍ରସାଦ, ୱାଇ ବି ଖୁରାନିଆ, ଏସ ଏମ ନରବାଣେ, ଅରୁଣ ରାୟ, ଅରୁଣ ଷଡଙ୍ଗୀ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି ।

ରାଜ୍ୟ ସରକାର କେଉଁ ଆଇପିଏସଙ୍କୁ ରାଜ୍ୟର ଆଇନ ଶୃଙ୍ଖଳାର ଦାୟିତ୍ୱ ଦେବେ ସେ ନେଇ ଚର୍ଚ୍ଚା ବଢିଛି । ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଛି । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଥିବାରୁ ପୋଲିସ ଆଗରେ ଅନେକ ଚ୍ୟାଲଞ୍ଜ ରହିଛି । ଏପରି ସ୍ଥିତିରେ ନୂଆ ଡିଜିପି ଯିଏ ହେବେ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିପାରେ ।
ସୂଚନା ଯୋଗ୍ୟ, ଚଳିତ ବର୍ଷ ଡିସେମ୍ୱର ୩୧ ସରୁଛି ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି । ଏହାକୁ ଦୃଷ୍ଟିରେ ରଖି ନୂଆ ପୋଲିସ ଡିଜି ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସେଥିପାଇଁ ୭ ଜଣଙ୍କ ନାଁ ସୁପାରିଶ ହୋଇଛି । ତେବେ କିଏ ହେବ ଡିଜି ସେ ନେଇ ଖୁବ୍ ଶୀଘ୍ର ସ୍ପଷ୍ଟତା ଆସିପାରେ । ଏହାରି ଭିତରେ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି ।
-
ହୋଇଛି ବଡ଼ ଯୋଜନା! କାହିଁକି ରାଜ୍ୟସଭା ଯିବେ ନୀତୀଶ? -
ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଜେଲେନସ୍କିଙ୍କ ପ୍ରସ୍ତାବ, ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଅ, ଇରାନୀ ଡ୍ରୋନ୍ ଆକ୍ରମଣରୁ ..... -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ବିଶ୍ୱର ପ୍ରଥମ ମହିଳା ଭାବେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କଲେ ମେଲାନିଆ ଟ୍ରମ୍ପ -
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ.... -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications