Get Updates
Get notified of breaking news, exclusive insights, and must-see stories!
Live

Kantabanjhi Assembly Election 2024 LIVE Updates:କାହାର ହେବ କଣ୍ଟାବାଞ୍ଝି, କିଏ ମାରିବ ବାଜି ! ବିଜେପି ନା ବିଜେଡ଼ି?

କଣ୍ଟାବାଞ୍ଝି ସବୁବେଳେ କ୍ଲୋଜ୍ କଣ୍ଟେଷ୍ଟକୁ ନେଇ ଚର୍ଚ୍ଚିତ । ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଅଧିକ ଚର୍ଚ୍ଚାରେ । କାରଣ ୨୦୨୪ ନିର୍ବାଚନରେ ହିଞ୍ଜିଳି ସହ କଣ୍ଟାବାଞ୍ଝିରୁ ଲଢୁଛନ୍ତି ନବୀନ । ହିଞ୍ଜିଳି ସହ କାହିଁକି କଣ୍ଟାବାଞ୍ଝିକୁ ବାଛିଲେ ମୁଖ୍ୟମନ୍ତ୍ରୀ? ତାର ୩ଟି ପ୍ରମୁଖ କାରଣ ହେଉଛି, କଣ୍ଟାବାଞ୍ଝି ବିଜୟ, ବଲାଙ୍ଗୀର ଲୋକସଭା ଆସନ ହାତେଇବା ଏବଂ ପଶ୍ଚିମ ଓଡ଼ିଶାରେ ବିଜେଡିର ପ୍ରଭାବ ବଢାଇବା ।

kantabanjhi Assembly

କଣ୍ଟାବାଞ୍ଝି ବିଧାନସଭା ଆସନରେ କଂଗ୍ରେସର ଦବଦବା ରହି ଆସିଛି । ୨୦୦୦ ମସିହା ପରଠାରୁ ଥରେ ମାତ୍ର ୨୦୧୪ରେ ବିଜେଡି ଏଙ୍ଖାରେ ଜିତିଥିଲା । ୨୦୦୦ ମସିହାରେ କଂଗ୍ରେସର ସନ୍ତୋଷ ସିଂ ସାଲୁଜା, ୨୦୦୪ରେ ସ୍ୱାଧୀନ ପ୍ରାର୍ଥୀ ଆୟୁବ ଖାନ୍ ଏବଂ ୨୦୦୯ରେ ପୁଣି ଜିତିଥିଲେ ସନ୍ତୋଷ ସିଂ ସାଲୁଜା । ୨୦୦୯ରେ ଆୟୁବ ଖାନ୍ ବିଜେଡିରୁ ଲଢିଥିଲେ । କିନ୍ତୁ କଂଗ୍ରେସର ସନ୍ତୋଷ ସିଂ ସାଲୁଜାଙ୍କ ଠାରୁ ୫୩୫୪ ଭୋଟରେ ହାରି ଯାଇଥିଲେ । ୨୦୧୪ରେ ବାଜି ଓଲଟିଲା । ବିଜେଡିର ଆୟୁବ ଖାନ୍ ୩୮୬୮ ଭୋଟରେ ଜିତିଥିଲେ ଆଉ ହାରିଥିଲେ ସନ୍ତୋଷ ସିଂ ସାଲୁଜା ।

ସେହିପରି ୨୦୧୯ରେ କଡ଼ା ଫାଇଟ୍ ଦେଖିଥିଲା କଣ୍ଟାବାଞ୍ଝି । ଏଥର କିନ୍ତୁ ୩ୟ ସ୍ଥାନକୁ ଖସିଗଲା ବିଜେଡି । ସନ୍ତୋଷ ସିଂ ସାଲୁଜା ମାତ୍ର ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କଣ୍ଟାବାଞ୍ଝିରେ ଅପେକ୍ଷାକୃତ ଦୁର୍ବଳ ବିଜୁ ଜନତା ଦଳ । ତେଣୁ ଏଥର ମୈଦାନକୁ ଓହ୍ଲାଇଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଦଳୀୟ କର୍ମୀ ଅଧିକ ଉତ୍ସାହିତ । ଦଳ ପ୍ରଥମ ହେବ ବୋଲି ଆଶା । ଏଥର ମଧ୍ୟ କଂଗ୍ରେସରୁ ସନ୍ତୋଷ ସିଂ ସାଲୁଜା ଏବଂ ବିଜେପିରୁ ଲକ୍ଷ୍ମଣ ବାଗ୍ ମୈଦାନରେ ଅଛନ୍ତି ।

କଣ୍ଟାବାଞ୍ଝି ବିଧାନସଭା ଆସନ ବଲାଙ୍ଗୀର ଲୋକସଭା ଆସନର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ୨୦୧୯ ଲୋକସଭା ର୍ନିବାଚନରେ, ବଲାଙ୍ଗୀରରୁ ବିଜେପିର ଲୋସଭା ପ୍ରାର୍ଥୀ ସଙ୍ଗିତା ସିଂଦେଓ ୧୯୫୧୬ ଭୋଟ୍ ରେ ଜିତିଥିଲେ । ସଙ୍ଗୀତାଙ୍କୁ କେବଳ କଣ୍ଟାବାଞ୍ଝି ବିଧାନସଭା କ୍ଷେତ୍ରରୁ ୩୩ହଜାରୁ ଅଧିକ ଭୋଟ୍ ମିଳିଥିଲା । ସେହିପରି ୨୦୨୪ରେ ବଲାଙ୍ଗିର ଲୋକସଭା କ୍ଷେତ୍ରରେ ଏଥର ବିଜେଡିରୁ ସୁରେନ୍ଦ୍ର ସିଂ ଭୋଇ, ବିଜେପିରୁ ସଙ୍ଗୀତା ସିଂଦେଓ ଏବଂ କଂଗ୍ରେସରୁ ମନୋଜ ମିଶ୍ର ଲଢୁଛନ୍ତି । ନବୀନ କଣ୍ଟାବାଞ୍ଝିରୁ ଲଢିବା ଅର୍ଥାତ୍ ଦଳର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଏଥର କଣ୍ଟାବାଞ୍ଝିରୁ ଏଥର ବଡ଼ ଲିଡ୍ ମିଳିବା ନେଇ ସମ୍ଭାବନା ରହିଛି । ବର୍ତ୍ତମାନ କଣ୍ଟାବାଞ୍ଝିରୁ ନବୀନ ଲଢିବା ଫଳରେ ପଶ୍ଚିମ ଓଡ଼ିଶାରେ ବିଜେଡିକୁ ଭଲ ଫଳାଫଳ ମିଳିପାରେ ବୋଲି ଆକଳନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+