କାହାର ହେବ ହିଞ୍ଜିଳି ବିଧାନସଭା, କିଏ ମାରିବ ବାଜି! ବିଜେପି ନା ବିଜେଡ଼ି?
ହିଞ୍ଜିଳି ଲଢେଇ ପାଇଁ ଯୋଦ୍ଧା ପ୍ରସ୍ତୁତ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ ବିଜେପିର ଶିଶିର ମିଶ୍ର ଏବଂ କଂଗ୍ରେସର ରଜନୀକାନ୍ତ ପାଢ଼ୀ। ହେଲେ ସେଠାରେ ୨୦୦୦ ମସିହାରୁ ଜିତି ଆସୁଛନ୍ତି ନବୀନ। ହିଞ୍ଜିଳି ବି ଗଞ୍ଜାମର ଏକାଧିକ ନିର୍ବାଚନମଣ୍ଡଳୀକୁ ସଂଯୋଗ କରୁଥିବାରୁ ନବୀନଙ୍କ ପ୍ରାର୍ଥୀତ୍ବରୁ ଫାଇଦା ପାଉଛି ବିଜେଡି।

ହିଞ୍ଜିଳି ପାଇଁ ତିନି ଦଳର ପ୍ରାର୍ଥୀ ଚୂଡାନ୍ତ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ ବିଜେପିର ଶିଶିର ମିଶ୍ର ଏବଂ କଂଗ୍ରେସର ରଜନୀକାନ୍ତ ପାଢ଼ୀ । ହେଲେ ହିଞ୍ଜିଳି ହେଉଛି ବିଜେଡିର ଗଡ। ସେଟାରୁ ୨୦୦୦ ମସିହାରୁ ହିଞ୍ଜିଳିରୁ ଲଗାତାର ଜିତି ଆସୁଛନ୍ତି ନବୀନ ପଟ୍ଟନାୟକ। ୨୦୧୯ରେ ନବୀନ ପଟ୍ଟନାୟକ ୯୪ ହଜାର ୬୫ ଭୋଟ ପାଇଥି ବେଳେ ବିଜେପିର ପିତାମ୍ବର ଆଚାର୍ଯ୍ୟ ୩୩ ହଜାର ୯୦୫ ଭୋଟ ଏବଂ କଂଗ୍ରେସର ସମ୍ଭୁ ପାଣିଗ୍ରାହୀ ପାଇଥିଲେ ୭ ହଜାର ୨୬୫ ଭୋଟ ।
ସେହିପରି ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୮୯ ହଜାର ୨୬୭ ଭୋଟ ପାଇଥିବା ବେଳେ କଂଗ୍ରେସର ଶିବରାମ ପାତ୍ର ପାଇଥିଲେ ୧୨ ହଜାର ୬୮୧ ଭୋଟ ଏବଂ ବିଜେପିର ଦେବାନନ୍ଦ ମହାପାତ୍ର ପାଇଥିଲେ ୧୨ ହଜାର ୨୮୩ । ସେହିପରି ୨୦୦୯ରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୭୨ ହଜାର ୯୪୨ ଭୋଟ ପାଇଥିବା ବେଳେ କଂଗ୍ରେସର ରାଘବ ପରିଡ଼ା ପାଇଥିଲେ ୧୧ ହଜାର ୬୬୯ ଭୋଟ ଏବଂ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କୁ ମିଳିଥିଲା ୭ ହଜାର ୩୮୯ ଭୋଟ । ସେହିପରି ୨୦୦୪ ଏବଂ ୨୦୦୦ ମସିହାରେ କଂଗ୍ରେସର ଉଦୟନାଥ ନାୟକଙ୍କୁ ହରାଇଥିଲେ ନବୀନ ପଟ୍ଟନାୟକ ।
ଗଞ୍ଜାମ ଜିଲ୍ଲା ସହ ନବୀନଙ୍କ ପୁରୁଣା ସଂପର୍କ । ଏହାସହ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଗଞ୍ଜାମର ଆସ୍କା, ଗୋପାଳପୁର, ସାନଖେମୁଣ୍ଡି, ଦିଗପହଣ୍ଡି, ବ୍ରହ୍ମପୁର ନିର୍ବାଚନମଣ୍ଡଳୀ ସହ ସଂଯୋଗ କରୁଛି। ତେଣୁ ହିଞ୍ଜିଳି ନବୀନଙ୍କ ପ୍ରାଥ୍ବୀତ୍ବର ପ୍ରଭାବ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବି ପଡୁଥିବା କୁହାଯାଉଛି । ତେଣୁ ବଡ ରଣନୀତି ନେଇ କାମ କରୁଛି ବିଜେଡି । ଫଳରେ ଦୀର୍ଘ ବର୍ଷ ହେଲା ଫେଲ ମାରୁଛନ୍ତି ବିରୋଧୀ












Click it and Unblock the Notifications