ଓଡ଼ିଶାରେ କାହାର ହେବ ସରକାର? ଆସିଲ ଏକଜିଟ୍ ପୋଲ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପାଇଁ ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ଆସନ୍ତା ୪ରେ ଭୋଟ ଫଳାଫଳ ପ୍ରକାଶ ପାଇବ । ଏହାପର୍ବୂରୁ ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥା ପକ୍ଷରୁ ଏକ୍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି । ଏହି କ୍ରମରେ ଓଡ଼ିଶାରେ ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ଅଧିକ ସଂଖ୍ୟାରେ ଆସନ ହାତେଇବ ବୋଲି ଅନୁମାନ କରାଯାଉଛି ।
ସେହିପରି ବିଧାନସଭାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଓଡ଼ିଶା ବିଧାନସଭା ଆସନକୁ ନେଇ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟର ୧୪୭ ବିଧାନସଭା ଆସନରୁ ବିପେି ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି । ସେହିପରି ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ । କଂଗ୍ରେସକୁ ଏହି ସଂସ୍ଥା ୫ରୁ ୮ଟି ଆସନ ଦେଇଛି ।

ସୂଚନାଯୋଗ୍ୟ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ଭୋଟ୍ ହାର ମଧ୍ୟ ଉଭୟ ବିଜେଡି ଓ ବିଜେପିକୁ ୪୨ ପ୍ରତିଶତ ଲେଖାଏଁ ମିଳିପାରେ । ସେହିପରି ସର୍ଭେ ସଂସ୍ଥା କହିଛି ଯେ, ରାଜ୍ୟର ୧୩ ପ୍ରତିଶତ ଲୋକ ପରିବର୍ତ୍ତନ ଚାହିଁଛନ୍ତି । ଏଥି ପାଇଁ ସେମାନେ ମତଦାନ କରିଛନ୍ତି । ଓଡ଼ିଶାର ଭୋଟିଂ ପ୍ରତିଶତ ଭୌଗଳିକ ଦୃଷ୍ଟିକୋଣରୁ ହୋଇଥାଏ ।
ବିଜେପି ଗ୍ରାମାଞ୍ଚଳରେ ୪୨ ପ୍ରତିଶତ ଭୋଟ୍ ଓ ସହରାଞ୍ଚଳରେ ୪୦ ପ୍ରତିଶତ ପାଇପାରେ । ସେହିପରି ଗ୍ରାମାଞ୍ଚଳରେ ବିଜେଡି ୪୨ ଓ ସହରାଞ୍ଚଳରେ ୪୪ ପ୍ରତିଶତ ଭୋଟ୍ ପାଇପାରେ । କଂଗ୍ରେସକୁ ଗ୍ରାମାଞ୍ଚଳରେ ୧୨ ପ୍ରତିଶତ ଓ ସହରାଞ୍ଚଳରେ ୧୧ ପ୍ରତିଶତ ଭୋଟ୍ ମିଳିଥିବା ଆକଳନ କରିଛି ।












Click it and Unblock the Notifications