Lok Sabha Election Results 2024 LIVE Updates: : ସମ୍ବଲପୁରରେ ବିଜେଡିକୁ ଝଟକା, ବିଜୟ ହେଲେ ଧର୍ମେନ୍ଦ୍ର
ଓଡ଼ିଶାର ପ୍ରାୟ ୧୯ ଲୋକ ସଭା ଆସନରେ ଆଗରେ ଥିବା ବେଳେ ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଣବ ପ୍ରକାଶ ଦାସଙ୍କୁ ୪ ଲକ୍ଷ ୪୦ ହଜାର ୭୯୩ ଭୋଟ୍ ମିଳିଛି। ମୋଟ ଭୋଟ ବ୍ୟବଧାନ ୧ ଲକ୍ଷ ୧୨ ହଜାର ୯୮୪ ରହିଛି ।

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଲୋକସଭା ଆସନ ହେଉଛି ସମ୍ବଲପୁର । ଚଳିତ ବର୍ଷ ନିର୍ବାଚନରେ ରାଜନୈତିକ ରଣାଙ୍ଗନରେ ସମ୍ବଲପୁର ଲୋକସଭା ଆସନ ପାଲଟିଛି ହଟସ୍ପଟ । ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀମାନଙ୍କ ନେଇ ସରଗରମ ହୋଇଥିଲା ସମ୍ବଲପୁର ରାଜନୀତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ନିଜର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି କଂଗ୍ରେସ ଯୁବ ଚେହେରା ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ଉପରେ ଭରସା କରିଛି । ଏମାନଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ।
ତେବେ ଏହି ରୋଚକପୂର୍ଣ୍ଣ ବିଗ୍ ଫାଇଟ ମୁଖ୍ୟତଃ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ହୋଇଥିବା ସାଧାରଣରେ ଚର୍ଚ୍ଚା ହୋଇଥିବା ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି । 2019 ନିର୍ବାଚନରେ ସମ୍ବଲପୁର ଲୋକସଭା ସିଟରେ ବିଜେପିର ନୀତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ପରାଜିତ କରିଥିଲେ । ଏଥର କିନ୍ତୁ ଦଳ ନିଜର ରଣନୀତି ବଦଳିଛି । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସ୍ଥା ପ୍ରକଟ କରିଛି । ବର୍ତ୍ତମାନ ସମ୍ବଲପୁରରେ ସେ ବିଜେପି ଲୋକସଭା ପ୍ରାର୍ଥୀ ହୋଇ ଯେଉଁ ଭଳି ଭାବରେ ଅଭିନବ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ତାହା ବିଜେପି ଆଗ ଧାଡିରେ ରଖିଛି । ଧର୍ମେନ୍ଦ୍ର ତାଙ୍କ ଆଇଟି ସେଲ ମାଧ୍ୟମରେ ସୋସିଆଲ ମିଡ଼ିଆରେ ଅଭିନବ ପ୍ରଚାର ଜାରି ରଖିଥିବା ବେଳେ ସମ୍ବଲପୁରରେ ବିଜେପି ଓ RSS ର ସଂଗଠନର ଦୃଢତା ଓ ମୋଦି ହାୱା ତାଙ୍କୁ ଫ୍ରଣ୍ଟଫୁଟରେ ରଖିଛି ।
ସୂଚନାଯୋଗ୍ୟ ଯେ ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ସିଟଟି ବିଜେପି ଜିତିଥିଲେ ମଧ୍ୟ ଏହାର ଅଧୀନରେ ଥିବା 7ଟି ବିଧାନସଭା ସିଟରୁ 3ଟି ଯଥା ସମ୍ବଲପୁର, ରେଙ୍ଗାଲି ଓ଼ ଦେବଗଡ଼ରେ ବିଜେପି ଓ 4ଟି ଯଥା କୁଚିଣ୍ଡା, ରେଢ଼ାଖୋଲ, ଆଠମଲ୍ଲିକ ଓ ଛେଣ୍ଡିପଦାରେ ବିଜେଡି ବିଜୟୀ ହୋଇଥିଲା ।
ସମ୍ବଲପୁର ଲୋକସଭା ଆସନର ନିର୍ବାଚନୀ ଇତିହାସ:
2019ରେ ବିଜେପିର ନୀତେଶ ଗଙ୍ଗଦେବ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ 9162 ଭୋଟରେ ପରାଜିତ କରିଥିଲେ । କଂଗ୍ରେସର ଶରତ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ 4,73,770 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ନଳିନୀକାନ୍ତ ପ୍ରଧାନ 4,64,608 ଖଣ୍ଡ ଭୋଟ ଓ କଂଗ୍ରେସର ଶରତ ପଟ୍ଟନାୟକ 1,35,969 ଖଣ୍ଡ ଭୋଟ ପାଇଥିଲେ l
2014 ରେ ସମ୍ବଲପୁର ଲୋକସଭାରେ ବାଜି ମାରିଥିଲା ବିଜେଡି । ଏହି ନିର୍ବାଚନରେ ବିଜେଡି ନଗେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ମୋଦି ଲହର ସତ୍ତ୍ବେ 30,576 ଭୋଟରେ ପରାଜିତ କରିଥିଲେ । କଂଗ୍ରେସର ଅମରନାଥ ପ୍ରଧାନ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ 3,58,618 ଭୋଟ ପାଇଥିବା ବେଳେ ବିଜେପିର ସୁରେଶ ପୂଜାରୀ 3,28,042 ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ 2,42,131 ଭୋଟ ପାଇଥିଲେ ।
2009ରେ ସମ୍ବଲପୁର ଲୋକସଭା ସିଟରେ ବାଜି ମାରିଥିଲା କଂଗ୍ରେସ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ 14874 ଭୋଟରେ ପରାଜିତ କରିଥିବା ବେଳେ ବିଜେପିର ସୁରେନ୍ଦ୍ର ଲାଠ ତୃତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ପ୍ରାର୍ଥୀ 3,04,890 ଭୋଟ ପାଇଥିବା ବେଳେ ବିଜେଡିର ରୋହିତ ପୂଜାରୀ 2,90,016 ଭୋଟ ପାଇଥିଲେ ଓ ବିଜେପିର ସୁରେନ୍ଦ୍ର ଲାଠ 1,50,910 ଖଣ୍ଡ ଭୋଟ ପାଇଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications