କିଏ ହେବ ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଲେ ମନମୋହନ ସାମଲ !

କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ତାହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଥମିନଥିବା ବେଳେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ ।

୧୧ ତାରିଖରେ ପର୍ଯ୍ୟବେକ୍ଷକ ପହଞ୍ଚିବା ସହ ବିଧାୟକ ଦଳ ବୈଠକରେ ଯୋଗ ଦେବେ । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ ।

Manmohan Samal

୧୨ ତାରିଖ ଅପରାହ୍ନ ୨ଟା ୧୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚିବେ । ସନ୍ଧ୍ୟା ପ୍ରାୟ ୫ଟାରେ ଓଡ଼ିଶାର ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । କେନ୍ଦ୍ରମନ୍ତ୍ରୀ, ଏକାଧିକ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ଗର୍ବ ଗୌରବଙ୍କ ଉପସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶପଥ ନେବେ । ନିଜ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ନେଇ ମନମୋହନ କହିଛନ୍ତି, ସେଭଳି ଚର୍ଚ୍ଚା ଓ ଆଲୋଚନା କରିବା ଉଚିତ୍ ନୁହେଁ । ଯିଏ ବି ମୁଖ୍ୟମନ୍ତ୍ରୀ ହେବ ଓଡ଼ିଆ ଲୋକ ହେବ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ।

ସଂସଦୀୟ ବୋର୍ଡରେ ଅନେକ ଅନୁଭବୀ ନେତା ରହିଛନ୍ତି ସେମାନେ ଏନେଇ ନିଷ୍ପତ୍ତି ନେବେ । ଦଳର ସଭାପତି ହିସାବରେ ଯେଉଁ ଦାୟିତ୍ୱ ମୋତେ ମିଳିଥିଲା, ତାହାକୁ ମୁଁ ପୂରା କରିଛି । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଦାୟିତ୍ୱ ମିଳିଥିଲା ତାହାକୁ ସୂଚାରୁ ରୂପେ ତୁଲାଇଛି । ଏବେ ସଂସଦୀୟ ବୋର୍ଡ ତାହାର ଦାୟିତ୍ୱ ନିର୍ବାହ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+