କାହାର ହେବ ବ୍ରହ୍ମଗିରି ? ବିଜେଡ଼ି - ବିଜେପି କଡ଼ା ଟକ୍କର, ଉପାସନା ବନାମ ଉମାକାନ୍ତ ଲଢେଇରେ କିଏ ହେବ ବିଜେତା ?

ବ୍ରହ୍ମଗିରିରେ ଏଥର ବିଗ୍ ଫାଇଟ । ଏଥର ଉପାସନା ବନାମ ଉମାକାନ୍ତ। ବିଜେଡି ଆଗରୁ ଉମା ସାମନ୍ତରାୟଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ଉପାସନାଙ୍କୁ ଦେଇଛି । ଦୁଇ ଜଣଙ୍କ ଭିତରେ ଏବେ କଡା ଟକ୍କର ଦେଖିବାକୁ ମିଳିବ । ଦୁଇ ଜଣ ରାଜ୍ୟର ପ୍ରସିଦ୍ଧ ଚେହେରା ।

ଗତ ୨୦୧୯ ନିର୍ବାଚନରେ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମାଙ୍କୁ ହରାଇଥିଲେ ଲୁଲୁ ମହାପାତ୍ର। ହେଲେ ଦଳ ତାଙ୍କୁ ଏଥର ଭରସା କରିନି । ଦଳ ତାଙ୍କ ଭାଇ ଲୁଲୁଙ୍କ ଝିଅ ଉପାସନାଙ୍କୁ ଟିକେଟ ଦେଇଛି ।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କଠାରୁ ୧୬୪୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

upasana and Umakanta

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୟ କୁମାର ଦାସ ବର୍ମା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କଠାରୁ ୪,୮୮୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଗତ 2019 ବିଧାନସଭା ନିର୍ବାଚନରେ କିନ୍ତୁ ବଦଳି ଯାଇଥିଲା ସ୍ଥିତି । ଲଗାତାର ଦୁଇଥର ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା କିନ୍ତୁ 2019ରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର 88 ହଜାର 256 ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା 86 ହଜାର 126 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ ମାତ୍ର 2 ହଜାର 504 ଖଣ୍ଡ ଭୋଟ ପାଇଥିଲେ। ପ୍ରଥମ ଥର ପାଇଁ ବିଜେପି ବ୍ରହ୍ମଗିରିରେ ବିଜୟୀ ହୋଇଥିଲା ।

ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା 2 ଲକ୍ଷ 25 ହଜାର 908 ରହିଛି। ସେଥି ମଧ୍ୟରୁ ପୁରୁଷ ଭୋଟର 1 ଲକ୍ଷ 16 ହଜାର 135 ଥିବାବେଳେ ମହିଳା ଭୋଟର 1 ଲକ୍ଷ 97 ହଜାର 61 ଓ 12 ଜଣ ଅନ୍ୟବର୍ଗର ଭୋଟର ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+