କାହାର ହେବ ଏରସମା ବାଲିକୁଦା, କିଏ ମାରିବ ବାଜି! ବିଜେପି ନା ବିଜେଡ଼ି?
ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ପରେ ଓଡ଼ିଶାରେ ହାରଜିତ୍କୁ ନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ଯଦି ଆମେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ କଥା ଦେଖିବା , ଏହା ବିଜେଡ଼ିର ଗଡ଼ ଭାବରେ ପରିଚିତ । ଏଠାରେ ବିଜେଡ଼ି ସବୁବେଳେ ବାଜିମାତ କରିଥାଏ। ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି-କଂଗ୍ରେସ ଓ କମ୍ୟୁନିଷ୍ଟ ଲଢ଼େଇ ଦେଖିବାକୁ ମିଳିଥାଏ। କିନ୍ତୁ ଏଥର ବିଜେପି ମଧ୍ୟ କଳ ବଳ କୌଶଳ ଲଗାଇ ନିର୍ବାଚନ ଲଢ଼ିଛି। ଗତ ଥର ଭଳି ଚଳିତ ଥର ମଧ୍ୟ ଏଠାରେ ବିଜେଡ଼ିର ପଲ୍ଲା ଭାରି ରହିଥିବା କୁହାଯାଉଛି । ପୂର୍ବ ପରି ଏଥର ମଧ୍ୟ ବିଜେପି ଓ କଂଗ୍ରେସକୁ ନିରାଶ ହେବାକୁ ପଡିପାରେ ।

ଏହି ବିଧାନସଭା ଆସନ ପାଇଁ ଚଳିତ ଥର ଶାସକ ବିଜୁ ଜନତା ଦଳ ସାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ସତ୍ୟ ସାରଥୀ ମହାନ୍ତି ଓ କଂଗ୍ରେସ ନଳିନୀ ସ୍ୱାଇଁ ଟିକେଟ ଦେଇଥିଲା। ସାରଦା ପ୍ରସନ୍ନ ଜେନା ଗତ ନିର୍ବାଚନ ସମୟରେ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଥିଲେ । ସାରଦାଙ୍କ ଅଧିକ ଲୋକପ୍ରିୟତା ଥିବାରୁ ବିଜେଡ଼ି ଭୋଟ ସହ କଂଗ୍ରେସର କିଛି ଭୋଟ ମଧ୍ୟ ସାରଦାଙ୍କ ଖତାକୁ ଆସିପାରେ ବୋଲି ଲୋକେ କହୁଛନ୍ତି । ଏଥର ସାରଦା 20 ରୁ 30 ହଜାର ଭୋଟରେ ବିଜୟ ଲାଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଯଦି ଆମେ 2019 ନିର୍ବାଚନ କଥା ଦେଖିବା, ସେଠାରେ ବିଜେଡ଼ି ପ୍ରାର୍ଥୀ ରଘୁନନ୍ଦନ ଦାସ 54 ହଜାର 583 ଖଣ୍ଡ ଭୋଟ ମାର୍ଜିନରେ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କ ହରାଇ ଥିଲେ । ଓ ବିଜେଡ଼ିର ଟାଣୁଆ ନେତା ଦାମୋଦର ରାଉତ ବିଜେପି ଟିକେଟରେ ଲଢ଼ି ମାତ୍ର 37 ହଜାର 611ଖଣ୍ଡ ଭୋଟ ପାଇଥିଲେ । ଦାମଙ୍କ ପକେଟ ଥିବା ସତ୍ୱେବି ତାଙ୍କୁ ମିଳିଥିଲା ମାତ୍ର 19.5%ଭୋଟ ।
ସେହିପରି 2014ରେ ବି ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ରଙ୍କୁ 29 ହଜାର 354 ଖଣ୍ଡ ଭୋଟ ରେ ହରାଇଥିଲେ ଓ ବିଜେପି ବହୁ ପଛରେ ରହିଥିଲା ।
କିନ୍ତୁ ଚଳିତ ଥର କଂଗ୍ରେସ ପ୍ରାର୍ଥୀ ନଳିନୀ ସ୍ୱାଇଁ 30 ରୁ 40 ହଜାର ଭୋଟ ହାତେଇବାରେ ସକ୍ଷମ ହୋଇପାରେ । କାହିଁକିନା ବାଲିକୁଦାରେ ଜିତୁ ମହାପାତ୍ରଙ୍କ 25 ରୁ 30 ହଜାର ପକେଟ ଭୋଟ ରହିଛି। ଅନ୍ୟପଟେ ଚଳିତ ଥର ବିଜେପି ଏରସମା ବାଲିକୁଦାରେ ନିଜର ସ୍ଥିତି ସୁଦୃଢ କରିବା ପାଇଁ କଳ ବଳ କୌଶଳ ଲଗାଇଦେଇଛି । ହେଉଥିବା ଚର୍ଚ୍ଚା ଅନୁସାରେ ବିଜେପି ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତି ଏଥର 30 ରୁ 40 ହଜାର ଭୋଟ ପାଇ ପାରନ୍ତି । ଏଥର ଯଦିଓ ବିଜେପିର ସ୍ଥିତି ସେତେଟା ଭଲ ନାହିଁ କିନ୍ତୁ ବିଜେପିର ଭୋଟ ହାର ସହ ଦଳୀୟ କର୍ମୀ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି ।
ଅନ୍ୟପଟେ ମୋଦି ଲହର ଯୋଗୁଁ ଏହି ନିର୍ବାଚନ ମଣ୍ଡଳୀରେ ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀନୀ ଡ଼. ରାଜଶ୍ରୀ ମଲ୍ଲିକକୁ ଜିତିବା କଷ୍ଟକର ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଲୋକେ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇଙ୍କୁ ଆଧିକ ପସନ୍ଦ କରିଥିବା ସୂଚନା ମିଳିଛି ।












Click it and Unblock the Notifications