ମ୍ୟାଲେରିଆ ନିୟନ୍ତ୍ରଣରେ ରାଜ୍ୟର ସଫଳତା ସମୀକ୍ଷା କରିବା ପାଇଁ ଓଡିଶାରେ WHO ଟିମ୍

ରାଜ୍ୟ ସରକାର କେମିତି ମୁକାବିଲା କରି ମ୍ୟାଲେରିଆକୁ ନିୟନ୍ତ୍ରଣ କରିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ଆସିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ୍ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଭୁବନେଶ୍ୱର: ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାକୁ କେତେ ସଫଳତା ମିଳିଛି ? ରାଜ୍ୟ ସରକାର କେମିତି ମୁକାବିଲା କରି ମ୍ୟାଲେରିଆକୁ ନିୟନ୍ତ୍ରଣ କରିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ଆସିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ୍ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

WHO

ଏହି ଟିମ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଯାଇଛନ୍ତି । ରାଜ୍ୟରେ କିପରି ଭାବେ ମ୍ୟାଲେରିଆ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିପାରିଛି ସେଦିଗରେ ଅନୁଧ୍ୟାନ କରିବ ଟିମ୍ । ୨୦୧୬ ମସିହାରେ ରାଜ୍ୟରେ ସାଢ଼େ ୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ କରାଯାଇଥିଲା। ଗତବର୍ଷ ଏହା ଖସି ୨୫ ହଜାରରେ ପହଞ୍ଚିଛି । ଓଡ଼ିଶା କିଭଳି ଏଭଳି ସଫଳତା ପାଇଲା, ଏହାକୁ ଅନୁକରଣ କରି ଅନ୍ୟ ରାଜ୍ୟରେ କିପରି କାର୍ଯ୍ୟକାରୀ କରାଯାଇପାରିବ, ତାହା ଦେଖିବାକୁ WHO ଟିମ୍‌ ଓଡ଼ିଶା ଆସିଛନ୍ତି ।ସେମାନେ ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶଙ୍କ ସହ ପ୍ରାରମ୍ଭିକ ଆଲୋଚନା ପରେ ଫିଲଡ୍‌ ପରିଦର୍ଶନରେ ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+