For Quick Alerts
Turn On Notification  
For Daily Alerts
Oneindia App Download

ମ୍ୟାଲେରିଆ ନିୟନ୍ତ୍ରଣରେ ରାଜ୍ୟର ସଫଳତା ସମୀକ୍ଷା କରିବା ପାଇଁ ଓଡିଶାରେ WHO ଟିମ୍

ରାଜ୍ୟ ସରକାର କେମିତି ମୁକାବିଲା କରି ମ୍ୟାଲେରିଆକୁ ନିୟନ୍ତ୍ରଣ କରିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ଆସିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ୍ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

|

ଭୁବନେଶ୍ୱର: ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାକୁ କେତେ ସଫଳତା ମିଳିଛି ? ରାଜ୍ୟ ସରକାର କେମିତି ମୁକାବିଲା କରି ମ୍ୟାଲେରିଆକୁ ନିୟନ୍ତ୍ରଣ କରିଛନ୍ତି, ସେ ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ଆସିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ୍ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

WHO

ଏହି ଟିମ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଯାଇଛନ୍ତି । ରାଜ୍ୟରେ କିପରି ଭାବେ ମ୍ୟାଲେରିଆ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିପାରିଛି ସେଦିଗରେ ଅନୁଧ୍ୟାନ କରିବ ଟିମ୍ । ୨୦୧୬ ମସିହାରେ ରାଜ୍ୟରେ ସାଢ଼େ ୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ କରାଯାଇଥିଲା। ଗତବର୍ଷ ଏହା ଖସି ୨୫ ହଜାରରେ ପହଞ୍ଚିଛି । ଓଡ଼ିଶା କିଭଳି ଏଭଳି ସଫଳତା ପାଇଲା, ଏହାକୁ ଅନୁକରଣ କରି ଅନ୍ୟ ରାଜ୍ୟରେ କିପରି କାର୍ଯ୍ୟକାରୀ କରାଯାଇପାରିବ, ତାହା ଦେଖିବାକୁ WHO ଟିମ୍‌ ଓଡ଼ିଶା ଆସିଛନ୍ତି ।ସେମାନେ ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶଙ୍କ ସହ ପ୍ରାରମ୍ଭିକ ଆଲୋଚନା ପରେ ଫିଲଡ୍‌ ପରିଦର୍ଶନରେ ଯାଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
WHO Team in Odisha to Review State Achievements in Malaria Control
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X