ଦିନେ ସମ୍ବଲପୁରର ରାଣୀ ଖୋରଧାରେ ଆରମ୍ଭ କରିଥିଲେ ନୂଆଁଖାଇ: ସେବେଠୁ ଧୁମଧାମରେ ପାଳନ ହେଉଛି ପର୍ବ
ସମ୍ବଲପୁରର ରାଣୀ ଖୋର୍ଦ୍ଧାରେ ଆରମ୍ଭ କରିଥିଲେ ନୂଆଁଖାଇ Agricultural Festival Nuakhai
ଖୋର୍ଦ୍ଧା: ଓଡ଼ିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଆରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର ମଧ୍ୟ । ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହି ପର୍ବକୁ ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରାଯାଇଥାଏ ।

ସେହିପରି ପୂର୍ବ ଓଡ଼ିଶାରେ ମଧ୍ୟ ଏହି ନୂଆଁଖାଇର ଝଲକ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗ୍ରାମରେ ଧୁମଧାମରେ ପାଳନ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ତେବେ ଏହି ପର୍ବ ଯେ କେବଳ ପଶ୍ଚିମ ଓଡିଶାରେ ପାଳନ ହୁଏ, ତାହା ନୁହେଁ ବରଂ ପୂର୍ବ ଓଡିଶାରେ ମଧ୍ୟ ପାଳିତ ହୁଏ ନୂଆଁଖାଇ । ଯାହାର ଝଲକ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗ୍ରାମରେ ।
ଏଠାରେ ନୂଆଁଖାଇ ପର୍ବ ଆଡମ୍ବର ସହକାରେ ପାଳନ କରୁଛନ୍ତି ସମସ୍ତ ଗ୍ରାମବାସୀ । ସଂପୁର ଗ୍ରାମବାସୀ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ନୂଆ ପୋଷାକ ପରିଧାନ କରି ବାଲୁଙ୍କେଶ୍ବର ମନ୍ଦିରରେ ହାଜିର ହୋଇଯାଆନ୍ତି । ସ୍ନେହ ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ନୂଆଁଖାଇରେ ନୂଆ ଚାଉଳ ନୂଆ ଚୁଡ଼ା ,ଗୁଡ କଦଳୀ ସହ ଠାକୁରଙ୍କ ପାଖରେ ନଅ ପ୍ରକାର ବ୍ୟଞ୍ଜନ ଲାଗି ହୋଇଥାଏ । ନବାନ୍ନ ଲାଗିବା ପରେ ସମସ୍ତେ ପିଠାପଣା ଖିରୀପୁରୀ ମିଠା ଡାଲି ତରକାରୀ ଆଦି ପ୍ରସାଦକୁ ନିଜ ନିଜ ଘରକୁ ନେଇ ଆନନ୍ଦରେ ସମସ୍ତେ ମିଶି ଏକାଠି ବସି ନୂଆଁଖାଇ ପାଳନ କରିଥାଆନ୍ତି ।
କିମ୍ବଦନ୍ତୀ କହେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତା ଦେଇ ସମ୍ବଲପୁରର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ । ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବା କାରଣରୁ ସେ ଯୌତୁକ ବାବଦରେ ପାଇଥିବା ରାଜ୍ୟରେ ଆସି ଅବସ୍ଥାନ କଲେ । କାରଣ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ଇଂରେଜମାନଙ୍କ କଠୋର ଶାସନକୁ ପାଇକମାନେ କାର୍ଯ୍ୟକାରୀ କରାଉନଥିଲେ । ସମ୍ବଲପୁର ରାଣୀ ଏହି ଅଞ୍ଚଳରେ ରହିଥିବାରୁ ନୂଆଖାଇ ପର୍ବକୁ ଆରମ୍ଭ କରିଥିଲେ । ସେବେଠାରୁ ଏହି ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ କରାଯାଉଥିବା କୁହାଯାଉଛି । ଏହି ନୂଆଁଖାଇ ଜାତି ଅଜାତି ଉଚ୍ଚନୀଚ ଭେଦଭାବ ନଥାଏ । ସମସ୍ତେ ମିଳମିଶି ପର୍ବ ପାଳନ କରନ୍ତି। ଆଉ କୁହନ୍ତି ଜୁହାର।












Click it and Unblock the Notifications