କିଏ ଏହି କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗ୍ ? ନବୀନଙ୍କୁ ମାତ୍ ଦେଇ ପାଲଟିଛନ୍ତି ହିରୋ ?
କିଏ ଏହି ଲକ୍ଷ୍ମଣ ବାଗ୍ ? ବିଜୟ ମୁକୁଟ ପିନ୍ଧାଇଛି ୨୪ ନିର୍ବାଚନର ଜନାଦେଶ । ହାରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାଜେୟ ନବୀନଙ୍କୁ ଚଖାଇଲେ ପରାଜୟ ସ୍ବାଦ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଟର୍ଚ୍ଚା । କିଏ ଏହି ଲକ୍ଷ୍ମଣ ବାଗ୍ । ଯିଏ ନବୀନଙ୍କ ବିଜୟରେ ଲଗାଇଲେ ବିରାମ । ଅପରାଜେୟ ନବୀନଙ୍କଠୁ ଛଡାଇ ନେଲେ ଟ୍ୟାଗ ।
ଲୋକ ତାଙ୍କୁ ୧୬ ହଜାରରୁ ଅଧିକ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି । ଲୋକଙ୍କ ପାଇଁ ସେ ଦିନ ରାତି କାମ କରିବେ ବୋଲି ସେ କହିଛନ୍ତି। ସେହିପରି ବିକାଶ ଏବେ କଣ୍ଟାବାଞ୍ଜି ଦେଖିବ ବୋଲି ସେ କହିଛନ୍ତି ।
କିଏ ଦିନ ମଜୁରିଆରୁ ନିର୍ବାଚିତ ରାଜନେତା ବନିଛନ୍ତି, ତ ଆଉ କିଏ ଖୁବ୍ କମ ବୟସରେ ଚାଖିଛନ୍ତି ସଫଳତାର ସ୍ୱାଦ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ । ସେମାନଙ୍କୁ ଅକଳ୍ପନୀୟ ଭାବେ ବିଜୟ ମୁକୁଟ ପିନ୍ଧାଇଛି ୨୪ ନିର୍ବାଚନର ଜନାଦେଶ । ତେବେ ସେମାନଙ୍କ ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜିର ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।

ଲକ୍ଷ୍ମଣ ବାଗ ବିଜେପିରେ ଯୋଗଦାନ କରିବା ପରେ ଗତ 2014ରେ ବିଜେପି ଦଳରୁ ପ୍ରଥମ ଥର କଣ୍ଟାବାଞ୍ଜି ପ୍ରାର୍ଥୀ ହୋଇଥିଲେ । 17 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ପରାଜିତ ହୋଇଥିଲେ । ସେହିପରି ଗତ ୨୦୧୯ ନିର୍ବାଚନରେ ମଧ୍ୟରେ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । ୩୩ ପ୍ରତିଶତ ଭୋଟ ପାଇ ସେ କଂଗ୍ରେସ ପ୍ରାର୍ଥୀ ଠାରୁ ମାତ୍ର ୧୩୭ ଭୋଟରେ ପରାଜିତ ହୋଇଥିଲେ । ଏହା ପରେ ସେ ଏଠି ତାଙ୍କର ସଂଗଠନ ସହିତ ଦଳକୁ ସୁଦୃଢ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେହିପରି ଏଥର ମଧ୍ୟ ସେ ଏଠୁ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିଲେ । ବିଜେପିରୁ ଟିକେଟ ପାଇଥିଲେ ହେଲେ ଏଥର ସ୍ଥିତି ତାଙ୍କ ପାଇଁ ସହଜ ନଥିଲା । କାରଣ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଇଥିଲେ । ତେବେ ନବୀନଙ୍କ ପାଇଁ ବଡ ବଡ ବିଜେଡି ନେତା ଓ ଏଠି ନିୟୋଜିତ ହୋଇଥିଲେ ।
ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ । ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ । ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍। ନବନିର୍ବାଚିତ ବିଜେପି ବିଧାୟକ ଲକ୍ଷ୍ମଣ, ପ୍ରଥମ ଥର ପାଇଁ ନବୀନଙ୍କୁ ଚଖାଇଛନ୍ତି ପରାଜୟର ସ୍ୱାଦ ।
ଦାଦନପ୍ରବଣ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଛୋଟିଆ ଗାଁ ଖୁଟୁଲମୁଣ୍ଡାର ଏକ ଗରିବ ପରିବାରରେ ଲକ୍ଷ୍ମଣଙ୍କ ଘର। ବାପା ଚାଷ କରୁଥିବା ବେଳେ, ୬ ଭାଇ ଭିତରେ ସବା ସାନ ଲକ୍ଷ୍ମଣ କେତେବେଳେ ବିଲରେ ଖଟୁଥିଲେ, ତ କେତେବେଳେ କୁଲି ମଜୁରୀ କରୁଥିଲେ।
ନବୀନ ପଟ୍ଟନାୟକ ଏକ ତରଫା ଏଠି ବିଜୟ ହାସଲ କରିବେ ବୋଲି ସଭିଏଁ ଆକଳନ କରିଥିଲେ । ଏପରିକି ଏଠିକାର କଂଗ୍ରେସ ନେତା ମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଶା ଛାଡି ଦେଇଥିଲେ । ଏପରିକି ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଥିଲେ । ସ୍ଥିତି ଏକ ତରଫା ହୋଇଥିଲା । ହେଲେ ଏଭଳି ବିଷମ ପରିସ୍ଥିତିରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ଦୃଢ଼ ମନୋବଳ ସହ ଲଢେ଼ଇ ପାଇଁ ଆଗକୁ ଆସିଥିଲେ । ଦିନ ରାତି ଗାଁ ଗାଁ ବୁଲି ତାଙ୍କର ପ୍ରଚାର ଜାରି ରଖିଥିଲେ । ତେବେ ତାଙ୍କର ପରିଶ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ଛତିଶ ମୁଖ୍ୟମନ୍ତ୍ରୀ ସହ ରାଜ୍ୟ ଓ ଜାତୀୟ ବିଜେପି ଆଗ ଧାଡ଼ିର ନେତା ପ୍ରଚାର ମଙ୍ଗ ଧରିଥିଲେ।












Click it and Unblock the Notifications