କିଏ ଏହି ଡା. ଦତ୍ତେଶ୍ବର ହୋତା ? ଯାହାଙ୍କୁ ବିଜେଡି କଲା ରାଜ୍ୟସଭା ପ୍ରାର୍ଥୀ
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଜେଡି ଆଜି ଦୁଇ ଜଣଙ୍କ ନାଁ ଘୋଷଣା କରିଛି। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ଟିକେଟ୍ ମିଳିଛି। ଏହି ଦୁଇ ଜଣଙ୍କ ନାଁରେ ମୋହର ଲାଗିଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କ ନାଁ ଚୟନ କରିଛନ୍ତି ନବୀନ ପଟ୍ଟନାୟକ ।ତେବେ ଏହି ଦୁଇ ଜଣଙ୍କ ନାଁ ଆଗରୁ ଚର୍ଚ୍ଚ ହେଉଥିଲା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ଚର୍ଚ୍ଚା ବଢିଥିଲା। ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଥିଲେ । କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ନେଇ ଅପେକ୍ଷା ଥିଲା । ତେବେ ପ୍ରଶ୍ନ ଉଠୁଛି ଡାକ୍ତର ଦତ୍ତେଶ୍ବର ହୋତା କିଏ ?

ତେବେ ଡାକ୍ତର ଦତ୍ତେଶ୍ବର ହୋତା ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ୟୁରୋଲୋଜି କ୍ଷେତ୍ରରେ ତାଙ୍କର ୪୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। କଟକ ଏସସିବି ମେଡିକାଲର ୟୁରୋଲୋଜି ବିଭାଗର ସେ ମୁଖ୍ୟ ଥିଲେ। ଡକ୍ଟର ଦତ୍ତେଶ୍ୱର ହୋତା ୧୯୮୩ ଏବଂ ୧୯୮୬ ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିଏସ୍ ଏବଂ ଜେନେରାଲ ସର୍ଜରୀରେ ଏମଏସ୍ ସହିତ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୪ ମସିହା ରେ ଚଣ୍ଡିଗଡ଼ର PGIMER ରୁ ୟୁରୋଲୋଜିରେ MCH ମଧ୍ୟ ସମାପ୍ତ କରିଥିଲେ। ସେ ୟୁରୋଲୋଜି ବିଭାଗ ଅଧୀନରେ ଗବେଷଣା କାର୍ଯ୍ୟ ଏବଂ ବିଭିନ୍ନ କର୍ମଶାଳାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।












Click it and Unblock the Notifications