ବବିଙ୍କ ପରେ କିଏ ?ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏର ନୂଆ ସଭାପତି କିଏ ?
c ସଭାପତି ଦୌଡ଼ରେ ଓସିଏ ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନାଁ ସବୁ ଠାରୁ ଆଗରେ ଥିବା ବେଳେ ପୂର୍ବତନ କ୍ରିକେଟର ତଥା କ୍ରୀଡ଼ା ସଂଗଠକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଶିଳ୍ପପତି ପଙ୍କଳଲୋଚନ ମହାନ୍ତିଙ୍କ ନାଁ ପଛକୁ ପଛ ରହିଛି । ତେବେ କେହି ଜଣେ ପୂର୍ବତନ ଖେଳାଳିଙ୍କ ଓସିଏର ସଭାପତି ଦାୟିତ୍ବ ଦେବା ଦରକାର ବୋଲି କ୍ରିଡା ସମିକ୍ଷକ ମତ ଦେଉଥିବା ବେଳେ ଯିଏ ବି ସଭାପତି ହୁଅନ୍ତୁ, ତା'ପଛରେ ବିଜେପିର ସୁପାରିସ ରହିବ ବୋଲି ଆଲୋଚନା ହେଉଛି ।

ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟିହୋଇଛି । କେଉଁ ପରିପ୍ରେକ୍ଷୀରେ ବବି ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ତାହାକୁ ନେଇ ଚର୍ଚ୍ଚା ପର୍ଯ୍ୟାଲୋଚନା ଜୋରଧରିଛି ।
ସୂଚନାଯୋଗ୍ୟଯେ, ଓସିଏ ସଭାପତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ବବି ବାଜିମାତ୍ କରିଥିଲେ । ଏବେବି ତାଙ୍କର କାର୍ଯ୍ୟକାଳ ସରିନଥିଲା । ଏନେଇ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତିଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବବି ସଭାପତି ହୋଇଥିଲେ । କିନ୍ତୁ ସେ ସମୟ ଦେଇପାରୁନଥିବାରୁ ଇସ୍ତଫା ଦେଇଛନ୍ତି । ୪୫ ଦିନ ମଧ୍ୟରେ ଓସିଏ ସଭାପତି ନିର୍ବାଚନ ହେବ । ଅପରପକ୍ଷରେ ନିର୍ବାଚନ ପର୍ଯ୍ୟନ୍ତ ପଙ୍କଜ ଲୋଚନ ମହାନ୍ତି ସଭାପତି ଦାୟିତ୍ୱରେ ରହିବେ ।












Click it and Unblock the Notifications