BJP Odisha State President: ୧୯୮୦ ରୁ ଆଜି ପର୍ଯ୍ୟନ୍ତ କିଏ କେବେ ହୋଇଛନ୍ତି ବିଜେପିର ରାଜ୍ୟ ସଭାପତି ?
କଳ୍ପନାଜଳ୍ପନାର ଅନ୍ତ, ମନମୋହନ ପୁଣି ରାଜ୍ୟ ବିଜେପି ସଭାପତି। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ବିଧିବଦ୍ଧ ଘୋଷଣା ବାକି । ନିର୍ଦ୍ଧାରିତ ସମୟ ଭିତରେ ଆଉ କେହି ନାମାଙ୍କନ ଭରି ନ ଥିବାରୁ ସ୍ପଷ୍ଟ ହେଲା ।
ବର୍ତ୍ତମାନ ବିଜେପି ଏକୁଟିଆ ରାଜ୍ୟରେ କ୍ଷମତା ଦଖଲ କରିଛି। ସେହି ଦୃଷ୍ଟିରୁ ସରକାର ଏବଂ ସଙ୍ଗଠନ ମଧ୍ୟରେ ସମନ୍ୱୟ ନିହାତି ଜରୁରୀ ହୋଇପଡ଼ିଛି। ଗତ ୬ ମାସ ହେଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ ଝୁଲି ରହିଥିଲା। ଶେଷରେ ସୋମବାର ସବୁ କଳ୍ପନା ଜଳ୍ପନା ଉପରୁ ପରଦା ହଟିଯାଇଛି। କେନ୍ଦ୍ରୀୟ ନେତା ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଗହଣରେ ମନମୋହନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

୨୦୨୪ ନିର୍ବାଚନରେ ମନମୋହନ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି। ୨୪ ନିର୍ବାଚନରେ ରାଜ୍ୟରେ ୨୪ ବର୍ଷ ହେଲା କ୍ଷମତାରେ ଥିବା ବିଜୁ ଜନତା ଦଳ ପରାସ୍ତ ହୋଇଛି। ବିଜେପିର ବିଜୟ ପଛରେ ମନମୋହନଙ୍କ ବଡ ଭୂମିକା ରହିଛି। ଏବେ ସେ ସଭାପତି ହେବାପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହିତ ବିଭିନ୍ନ ରାଜନୈତିକ ନିଯୁକ୍ତି ମଧ୍ୟ ତ୍ୱରାନ୍ୱିତ ହେବ। ଆଗରୁ ମନମୋହନ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବିଜେଡି-ବିଜେପି ମେଣ୍ଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି। ଆଗରୁ ମଧ୍ୟ ସେ ବିଜେପି ରାଜ୍ୟ ସଭାପତି ସମେତ ରାଜ୍ୟସଭା ସାଂସଦ ରହିସାରିଛନ୍ତି।
ବିଜେପି ମୁଖିଆ; କିଏ କେବେ?
ଇତିହାସକୁ ଦେଖିଲେ ଓଡ଼ିଶା ବିଜେପିର ସଭାପତି ପଦ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଖରୁ ଆରମ୍ଭ ହୋଇ ବର୍ତ୍ତମାନ ମନମୋହନ ସାମଲଙ୍କ ପର୍ଯ୍ୟନ୍ତ ଆସିଛି । ୧୯୮୦ ମସିହାରେ ଓଡ଼ିଶା ବିଜେପିର ପ୍ରଥମ ସଭାପତି ରହିଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ଏହାପରେ ପରେ ଦେବେନ୍ଦ୍ର ପ୍ରଧାନ, ବିମ୍ବାଧର କୁଅଁର, ଜୁଏଲ୍ ଓରାମ, ମନମୋହନ ସାମଲ, ସୁରେଶ ପୂଜାରୀ, କେଭି ସିଂ ଦେଓ, ବସନ୍ତ ପଣ୍ଡା ଆଉ ସମୀର ମହାନ୍ତିଙ୍କ ଭଳି ନେତା ଦଳର ମଙ୍ଗ ଧରିଛନ୍ତି । ଆଉ ୨୦୨୩ରୁ ଆଜି ପର୍ଯ୍ୟନ୍ତ ମନମୋହନ ସାମଲ ଏହି ପଦରେ ରହିଆସିଛନ୍ତି ।
ବିଶ୍ବଭୂଷଣ ହରିଚନ୍ଦନ: ୧୯୮୦-୧୯୮୮
ଦେବେନ୍ଦ୍ର ପ୍ରଧାନ: ୧୯୮୮-୧୯୯୩
ବିମ୍ବାଧର କୁଅଁର: ୧୯୯୩-୧୯୯୬
ଦେବେନ୍ଦ୍ର ପ୍ରଧାନ: ୧୯୯୬-୧୯୯୭
ଜୁଏଲ ଓରାମ: ୧୯୯୭-୧୯୯୯
ମନମୋହନ ସାମଲ: ୧୯୯୯-୨୦୦୪
ଜୁଏଲ ଓରାମ: ୨୦୦୪-୨୦୦୬
ସୁରେଶ ପୂଜାରୀ: ୨୦୦୬-୨୦୦୯
ଜୁଏଲ ଓରାମ: ୨୦୦୯-୨୦୧୩
କେଭି ସିଂଦେଓ: ୨୦୧୩-୨୦୧୬
ବସନ୍ତ ପଣ୍ଡା: ୨୦୧୬-୨୦୨୦
ସମୀର ମହାନ୍ତି: ୨୦୨୦-୨୦୨୩
ମନମୋହନ ସାମଲ: ୨୦୨୩ରୁ ବର୍ତ୍ତମାନ ଯାଏଁ












Click it and Unblock the Notifications