୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ: ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତି
ର୍ଷ ୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ । ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ଶ୍ବେତପତ୍ର ଜାରି କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଛି ବୋଲି ଶ୍ୱେତପତ୍ରରେ ଏହା ଉଲ୍ଲେଖ ରହିଛି।
ଭୁବନେଶ୍ୱର: ବର୍ଷ ୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ । ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ଶ୍ବେତପତ୍ର ଜାରି କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଛି ବୋଲି ଶ୍ୱେତପତ୍ରରେ ଏହା ଉଲ୍ଲେଖ ରହିଛି । ରାଜ୍ୟରେ ସାମ୍ପ୍ରଦାୟିକ ପରିସ୍ଥିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଉପନିର୍ବାଚନଗୁଡ଼ିକ ଶୃଙ୍ଖଳିତ ଭାବରେ ଶେଷ ହୋଇଛି ଶ୍ୱେତପତ୍ରରେ କୁହାଯାଇଛି ।

ଶ୍ୱେତପତ୍ରରେ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୦ରେ ୨୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୩୩୨୭ ରହିଛି । ପଞ୍ଜୀକୃତ ହୋଇଥିବା ଏହି ମାମଲା ମଧ୍ୟରୁ ୩୨୪୪ ସତ୍ୟ ମାମଲା ଅଟେ। ତାହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୨୩୩୫ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ୨୦୨୦ରେ ୫୧୪ ଡାକୟତି ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୫୨ରେ ପହଞ୍ଚିଛି ।
ତେବେ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। ଏହା ମଧ୍ୟରେ ରହିଛି ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଣ୍ଠନ, ୫୧୩୩ ସିନ୍ଧିଚୋରି, ୧୩,୦୨୪ ଚୋରି, ୫୧୩୮ ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଦୁଷ୍କର୍ମ, ୧୦,୯୮୩ ମୋଟରଯାନ ଦୁର୍ଘଟଣା ଓ ୧,୧୦,୮୨୩ ଅନ୍ୟାନ୍ୟ ମାମଲା । ଏହା ମଧ୍ୟରୁ ମୋଟ୍ ୧,୪୯,୨୩୨ଟି ମାମଲା ସତ୍ୟ ଉପରେ ଆଧାରିତ। ବର୍ଷ ଶେଷ ସୁଦ୍ଧା ମୋଟ୍ ୧,୦୬,୨୮୩ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ସୂଚନାଯୋଗ୍ୟ ଯେ ୨୦୨୦ରେ ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ଥିଲା ୧,୩୪,୨୩୦ । ଯୌତୁକ ଜନିତ ମାମଲା ମଧ୍ୟ ଚିନ୍ତାଜନକ ରହିଛି । ୨୦୨୦ରେ ୪୦୮୮ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୦୮୦ ରହିଛି। ଏହା ମଧ୍ୟରୁ ୩୭୦୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୯୮ଟି ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟରୁ ୧୮୧ଟିରେ ଚାର୍ଜସିଟ୍ ଦାଖଲ ହୋଇଛି। ୧୨୯ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ୨୦୨୦ ତୁଳନାରେ ରାଜ୍ୟରେ ଲୁଣ୍ଠନ ମାମଲା ମଧ୍ୟ ବଢ଼ିଛି । ୨୦୨୧ରେ ୨୦୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ୩୦୭ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଏହି ମାମଲାଗୁଡ଼ିକରେ ୫୪୨ ଜଣ ଅପରାଧୀ ସଂପୃକ୍ତ ଥିଲା ବେଳେ ୪୨୫ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି। ସେହିପରି ଗତବର୍ଷ ୧୦,୯୮୩ ମୋଟରଯାନ ଦୁର୍ଘଟଣା ରୁଜୁ ହୋଇଛି ଓ ତନ୍ମଧ୍ୟରୁ ୭୧୦୮ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଛି ।
ଅନ୍ୟପଟେ ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ବେତପତ୍ରରେ କୁହାଯାଇଛି, ୨୦୨୧ରେ ମାଓ କାର୍ୟ୍ୟକଳାପ ସାମଗ୍ରିକ ଭାବେ ନିୟନ୍ତ୍ରଣାଧୀନ ଅଛି । ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ମଧ୍ୟରୁ ପ୍ରଭାବୀ ଢଙ୍ଗରେ ପୁଲିସ ଓ ପ୍ରଶାସନିକ କାର୍ୟ୍ୟାନୁଷ୍ଠାନ ଯୋଗୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଓ କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏହି ବର୍ଷ ମାଓବାଦୀମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ୍ ୨୮ଟି ଘଟଣା ଘଟିଥିଲ । ଏଥିରେ ଦୁଇ ଜଣ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଥିଲା ଓ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ପୁଲିସ ସହ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପୁଲିସ ନିୟନ୍ତ୍ରଣ କରିବରେ ସଫଳ ହୋଇଛି ବୋଲି ଶ୍ବେତପତ୍ରରେ କୁହାଯାଇଛି ।
କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପୁଲିସ ନିୟନ୍ତ୍ରଣ କରିବରେ ସଫଳ ହୋଇଛି ବୋଲି ଶ୍ବେତପତ୍ରରେ କୁହାଯାଇଛି ।












Click it and Unblock the Notifications