ପୁରୀରୁ ଫେରୁଥିବା ବେଳେ ଅଘଟଣ, ଗାଡ଼ି ଓଲଟି ୯ ଆହତ, ଜଣେ ଗୁରୁତର
ଜଗା ଦର୍ଶନ ସାରି ଫେରିବା ବେଳେ ଗାଡି ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଲା ଗାଡି। ଦୁର୍ଘଟଣାରେ ଜଣେ ଗୁରୁତର, ୯ ଆହତ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରୁ ୨ଟି ଗାଡିରେ ୨୦ ଜଣ ଜଗା ଦର୍ଶନ କରିବାକୁ ଯାଇଥିଲେ।

ଭୋରୁ ଦର୍ଶନ ସାରି ଘରକୁ ଫେରିବା ସମୟ ନିମାପଡା ଭାଟବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗାଡି ରାସ୍ତା କଡକୁ ଓଲଟି ପଡିଥିଲା ।
ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ। ମୁଣ୍ଡ, ମୁହଁ, ହାତ, କାନ୍ଧ , ପିଠିରେ ଆଘାତ ଲାଗିଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ପଛରେ ଆସୁଥିବା ଅନ୍ୟ ଗାଡିରେ ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା। ଗୁରୁତର ଥିବା ଛବି ଲତା ବାରିକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆ ଯାଇଛି।












Click it and Unblock the Notifications