ପୂଜାରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଜଣେ ଗୁରୁତର

ସରସ୍ୱତୀ ପୂଜା ଦେଖିବାକୁ ଆସୁଥିବାବେଳେ ଅଘଟଣ। ପୂଜାରେ ସ୍କୁଲକୁ ବାଇକ ନେଇ ଆସୁଥିବାବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲ ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ। ତେବ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘୁନାଥ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଆଜି ଉଭୟ ଛାତ୍ର ଘରୁ ବାଇକ ନେଇ ସ୍କୁଲକୁ ଆସୁଥିଲେ। ମୁର୍ଶୁଣ୍ଡି ମେଟାକାନି ଛକରେ ସେମାନଙ୍କ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି।

ଦୁର୍ଘଟଣାସ୍ଥଳରୁ ଗୁରୁତର ଛାତ୍ରଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ରଘୁନାଥ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଏବଂ ଦଶମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି। ବୀରମହାରାଜପୁର ଥାନା ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+