ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ, ଏମିତି କିଛି କହି ପ୍ରସନ୍ନଙ୍କୁ କଟାକ୍ଷ ଦେବୀ ମିଶ୍ର

ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର କଡ଼ା ଜବାବ ଦେଇଛନ୍ତି ବିଜେଡି ନେତା ଦେବୀ ମିଶ୍ର। ସେ କହିଛନ୍ତି, ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ। ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡ଼ିକୁ ସମ୍ଭାଳି ଥିଲେ। ଯୁଆଡ଼େ ଗଲେ ବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ। ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ ।

Devi Mishra

ସୂଚନା ଥାଉକି, ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ମିଛ କହୁଥିବା କହିଥିବାବେଳେ ଏହାର ଜବାବ ଦେଇଛନ୍ତି ଦେବୀ ମିଶ୍ର। ପାଟ୍ଟଶାଣୀ କହିଥିଲେ, ନବୀନ ଭୀଷଣ ମିଛ କହୁଛନ୍ତି। ପାଣ୍ଡିଆନଙ୍କ କଥାରେ ନବୀନ ମିଛ କହି ଚାଲିଛନ୍ତି। ଦଳରେ କ'ଣ ଅଛି ଯେ, ସେ ଦଳ ଗଢ଼ିବେ। ବିଜେଡିରେ ଏବେ ଷଡ଼ଯନ୍ତ୍ର ଚାଲିଛି। ମୋ' ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିବା ପାଟ୍ଟଶାଣୀ ଏତେ ଦିନରେ ତୁଣ୍ଡ ଖୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+