କେଉଁଠି ରହିବେ ମୁଖ୍ୟମନ୍ତ୍ରୀ ? ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ହେବ କି ନୂଆ ଠିକଣା ?

ଭୁବନେଶ୍ୱର: ରାଜ୍ୟରେ ସରିଛି ନବୀନ ଯୁଗ । ବିଜେପି ନିର୍ବାଚନ ଜିତିବା ସହ ମୋହନ ଚରଣ ମାଝୀ ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିସାରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ରହିବେ କେଉଁଠି । ରାଜ୍ୟରେ ସେମିତି କିଛି ମୁଖ୍ୟମନ୍ତ୍ରୀ ନିବାସ ଅଛି କି ? କାରଣ ସରକାରୀ ଭାବେ ଓଡ଼ିଶାରେ ଗତ 24 ବର୍ଷ ହେଲା କୌଣସି ନିର୍ଦ୍ଦିଷ୍ଟ ଆବାସ ନାହିଁ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ 2000 ମସିହାରୁ ନବୀନ ପଟ୍ଟନାୟକ ନିଜ ପୈତୃକ ଘରେ ରହି କାର୍ଯ୍ୟ ପରିଚାଳନା କରୁଥିଲେ । ସେ କୌଣସି ସରକାରୀ ବାସଭବନ ନେଇ ନଥିଲେ ।

ଏପରିକି ତାଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନେ ରାଜଭବନ ଏବଂ ଏଜି ସ୍କୋୟାର ମଧ୍ୟରେ ଅବସ୍ଥିତ ଏକ ସରକାରୀ କ୍ବାର୍ଟର୍ସରେ ରହୁଥିଲେ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରଠୁ ଏହି କ୍ବାର୍ଟର୍ସ କାହାକୁ ଦିଆଯାଇନଥିଲା । ପରେ ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଥିଲେ ନବୀନ ।
କେଉଁଠି ରହିବେ ମୁଖ୍ୟମନ୍ତ୍ରୀ ?

Mohan Charan majhi

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟ ଅତିଥି ଭବନରେ ହିଁ ରହିବେ । ସେ ଚାହିଁଲେ ଯେକୌଣସି ସ୍ଥାନରେ ସରକାରୀ ଆବାସକୁ ନିଜର ଆବାସ ଭାବେ ଗ୍ରହଣ କରିପାରିବେ । ନହେଲେ ବର୍ତ୍ତମାନ ଏଜି ଛକ ନିକଟରେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରହିଛି ତାହାକୁ ବାସଭବନ ଭାବେ ବ୍ୟବହାର କରିପାରିବେ ।

ଏହି ଘରେ ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ରହିବାର ପରମ୍ପରା ରହିଛି । ଯଦିଓ ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଲାଗି କୌଣସି ନିର୍ଦ୍ଦିଷ୍ଟ ଆବାସ ନାମିତ କରାଯାଇ ନାହିଁ କିନ୍ତୁ ପରମ୍ପରାକୁ ଦେଖିଲେ ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ଆବାସ । ଏଠାରେ ଆବଶ୍ୟକ ରକ୍ଷଣା ବେକ୍ଷଣ ତଥା ଜରୁରୀ ଆବଶ୍ୟକତାକୁ ପୂରଣ କରାଯାଇ ମୁଖ୍ୟମନ୍ତ୍ରୀ ରହିପାରନ୍ତି । କିନ୍ତୁ ଏଥିଲାଗି ସମୟ ଆବଶ୍ୟକତା ଥିବାରୁ ଏବେ ସେ ଅତିଥିଭବନରେ ରହିବେ ବୋଲି ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+