୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ: କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଜୱାଦ୍' ? କାଲି ହୋଇଯିବ ସ୍ପଷ୍ଟ
ଆସୁଛି ବାତ୍ୟା 'ଜୱାଦ୍'। କେଉଁଠି କରିବ ଲ୍ୟାଣ୍ଡଫଲ୍ ? କେତେ ରହିବ ପ୍ରଭାବ ? କେତେ ପରିମାଣର ବର୍ଷା ହେବ ? କେବେ ରହିବ ବପନର ବେଗ ? ଏ ସବୁ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ହୋଇଯିବ ।
ଭୁବନେଶ୍ୱର: ଆସୁଛି ବାତ୍ୟା 'ଜୱାଦ୍'। କେଉଁଠି କରିବ ଲ୍ୟାଣ୍ଡଫଲ୍ ? କେତେ ରହିବ ପ୍ରଭାବ ? କେତେ ପରିମାଣର ବର୍ଷା ହେବ ? କେବେ ରହିବ ବପନର ବେଗ ? ଏ ସବୁ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ହୋଇଯିବ ।

ଅନ୍ୟପଟେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଏହା ଫଳରେ ୩ ଡିସେମ୍ବରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୩ ତାରିଖରେ ଗଜପତି, ଗଞ୍ଜାମ,ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ରୁ ଅତିପ୍ରବଳ ବର୍ଷା ହେବ, ତେଣୁ ଏହି ସବୁ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଡିସେମ୍ୱର ୪ ତାରିଖ ପାଇଁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି।
ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଲଘୁଚାପ। ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବା ପରେ ଆଜି କେନ୍ଦ୍ରୀୟ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତାକାଲି ଅର୍ଥାତ ୨ ତାରିଖରେ ଏହା ଘନୀଭୂତ ହୋଇ ଏକ ଅବପାତର ରୂପ ନେବ। ଲଘୁଚାପ ଅବପାତର ରୂପ ନେବାର ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ତୀବ୍ର ହୋଇ ୪ ତାରିଖ ସକାଳ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ପ୍ରବଳ ବେଗରେ ପବନ ମଧ୍ୟ ବହିବ। ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବାତ୍ୟା ଯେତେବେଳେ ଆସି ଉପକୂଳରେ ପହଁଞ୍ଚିବ ସେତେବେଳେ ସମୁଦ୍ରଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛିା ୫ ତାରିଖରେ ଉତ୍ତର ଓଡିଶା ସହତି ଉପକୂଳର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ଏହି ସମୟରେ ପ୍ରଶାସାନ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ।ମତ୍ସଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications