କୁଆଡେ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ ? ଓକିଲଙ୍କ ବିସ୍ଫୋରକ ବୟାନ
ନବ ଦାସଙ୍କୁ ହତ୍ୟା କରିନାହିଁ ଗୋପାଳ । କିଛି ଏଭଳି ଚାଞ୍ଚଳ୍ୟକର ତଥ୍ୟ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ସିଧାସଳଖ ପ୍ରଶ୍ନ ଉଠାଇ କହିଛନ୍ତି, କୁଆଡେ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ ? କାରଣ କ୍ରାଇମବ୍ରାଞ୍ଚ ଦେଇଥିବା ସିଜର ଲିଷ୍ଟରେ ରକ୍ତ ଭିଜା ସାର୍ଟ ମିସିଂ ଥିବା ଉଲ୍ଲେଖ ରହିଛି ।

ଯାହା ପୂରା ଘଟଣାକୁ ସନ୍ଦେହ ଭିତରକୁ ଟାଣୁଛି । ଏ ସମ୍ପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରାଯିବ ବୋଲି କହିଛନ୍ତି ନରେଶ । ଏହାସହ ଗୋପାଳକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ନରେଶ । ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ଗୋପାଳ ଦାସ ସୁରକ୍ଷା ପାଇଁ ମୁତୟନ ଥିଲା। ବାଣ ବା ଗୁଳି ଶବ୍ଦ ଶୁଣି ଆଲର୍ଟ ହୋଇ ଗୋପାଳ ବ୍ଲାଙ୍କ ଫାୟାର କରିଥିଲା। ଗୋପାଳ ବନ୍ଧୁକ ଗୁଳିରେ ନବଙ୍କ ଜୀବନ ଯାଇନାହିଁ । ଅନ୍ୟ କାହା ଗୁଳିରେ ନବ ଦାସଙ୍କର ମୃତ୍ୟୁ ହୋଇଥାଇପାରେ । ନବ ଦାସଙ୍କ ହତ୍ୟା ପଛରେ ଯେଉଁ ଷଡଯନ୍ତ୍ର ଅଛି ତାହାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିନାହିଁ । ଗୋପାଳକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସବୁ ସାକ୍ଷ୍ୟ ଗ୍ରହଣ କରିଥିବା କହିଛନ୍ତି ନରେଶ । ନରେଶଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ, ତେବେ କିଏ କରିଛି ନବ ଦାସଙ୍କ ହତ୍ୟା? କାହିଁକି କରାଗଲା ନବଙ୍କୁ ହତ୍ୟା? ଗୋପାଳକୁ ଫଶାଇବାକୁ ହୋଇଛି କି ଉଦ୍ୟମ? ରକ୍ତଭିଜା ସାର୍ଟ ମିସିଂ କଣ ସୂଚାଉଛି? ଏସବୁ ଭିତରେ ସିବିଆଇ ତଦନ୍ତ ପାଇଁ ଝିଅ ଦୀପାଳି ଇଙ୍ଗିତ କରିଥିବା ବେଳେ ରାଜ୍ୟ ସରକାର ଲିଖିତ ଅଭିଯୋଗକୁ ଅପେକ୍ଷା କରିଛନ୍ତି ।












Click it and Unblock the Notifications