ରାଜ୍ୟରେ କେବେ ଉପଲବ୍ଧ ହେବେ କରୋନା ଭ୍ୟାକ୍ସିନ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ଜାନୁଆରୀ ଶେଷ ନହେଲେ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ରାଜ୍ୟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଉପଲବ୍ଧ ହେବ କୋଭିଡ୍ ଭ୍ୟାକ୍ସିନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଜାନୁଆରୀ ଶେଷ ନହେଲେ ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା କୋରୋନା ଟିକା ରାଜ୍ୟରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ତେବେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କଙ୍କୁ ଟିକା ଦିଆଯିବ । ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲାସ୍ତରରେ ମଧ୍ୟ ଶୀତଳଭଣ୍ଡାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଦୁଇ ଦିନ ତଳେ ରାଜ୍ୟରେ ଟିକାକରଣର ଡ୍ରାୟ ରନ ଶେଷ ହୋଇଛି । ଏହା ସୂଚାର ରୂପେ ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏଥିରେ ୨୫ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ଲାଗି ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପରେ ଆହୁରି ଅଧିକ ପ୍ରସ୍ତୁତ ହେବ । କେନ୍ଦ୍ର ଟିକା ଦେବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ସୂଚନାଥାଉ କି, ଦେଶରେ ଜରୁରୀକାଳୀନ ଅନୁମତି ପାଇଁ ୨ଟି ଭ୍ୟାକ୍ସିନକୁ ଅନୁମତି ମିଳିଛି ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର ।












Click it and Unblock the Notifications