କାଲି ଆସିପାରେ ସ୍ପଷ୍ଟ ଚିତ୍ର; କେବେ ଖୋଲିବ ରତ୍ନଭଣ୍ଡାର ? ୧୬ ଜଣିଆ କମିଟି ନେବ ନିଷ୍ପତ୍ତି
ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତାକାଲି ଚୂଡାନ୍ତ ନିଷ୍ପତ୍ତି । ରତ୍ନ ଭଣ୍ଡାର ଖୋଲିବାର ତାରିଖ ସହ ମୋଡାଲିଟି ସମ୍ପର୍କରେ ନୂଆ କମିଟି ଆସନ୍ତାକାଲି ଘୋଷଣା କରିିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ସେ କହିଛନ୍ତି ଯେ, ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି ।
ତେବେ କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ୍ ହେବେ ସେ ନେଇ ନିଷ୍ପତ୍ତି ହେବ । ଆସନ୍ତାକାଲି କମିଟି ଯାହା ନିର୍ଦ୍ଦେଶ ଦେବ, ସେହି ପ୍ରକ୍ରିୟାରେ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ ହୋଇଛି। ଏହି କମିଟିର ପ୍ରଥମ ବୈଠକ ୬ ତାରିଖରେ ବସିବ। କେଉଁ ଭଳି କାର୍ଯ୍ୟ ଆଗକୁ ଯିବ ମୋଡାଲିଟି ପ୍ରସ୍ତୁତ କରିବେ। କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ୍ ହେବେ ସେ ନିଷ୍ପତ୍ତି ମଧ୍ୟ ଏହି କମିଟି ନେବେ। ପ୍ରଥମ ବୈଠକ ୬ ତାରିଖରେ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ରତ୍ନଭଣ୍ଡାର ଖୋଲିଲେ ଆଗ ମରାମତି ହେବ ନା ଆଗ ହେବ ଗଣତି ମଣତି ? ASI ମରାମତିର ମୋଡାଲିଟି କଣ ରହିବ, ଗଣତି ମଣତି ବି କିପରି ହେବ, କେବେଠୁ ଆରମ୍ଭ ହୋଇ କେବେ ସରିବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରିନି। କେବଳ ସେତିକି ନୁହେଁ, ଇନଭେଣ୍ଟୋରି କମିଟିର ସଦସ୍ୟଙ୍କ କହିବା ଅନୁଯାୟୀ, ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି 2018 ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତାର ପରୀକ୍ଷା ହୋଇନାହିଁ। ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି।












Click it and Unblock the Notifications