ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଦାବିପତ୍ର; କେବେ ଖୋଲିବ ଚାରି ଦ୍ଵାର ?
ପୁରୀ : ଭକ୍ତଙ୍କ ପାଇଁ କେବେ ଖୋଲିବ ଚାରି ଦ୍ଵାର ? ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଦାବି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାରିଦ୍ବାର ଖୋଲିବା ଦାବି ଜୋରଦାର। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବି ଏହାକୁ ସମର୍ଥନ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଭକ୍ତଙ୍କ ଉଦ୍ଦେଶ୍ୟରେ ଚାରିଦ୍ୱାର ଖୋଲିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସାତ ଦିନ ଭିତରେ ଦାବି ପ୍ରଶାସନ ପୂରଣ ନକଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି । ସେପଟେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ସହ ବରିଷ୍ଠ ସେବାୟତଙ୍କ ପରାମର୍ଶ ନିଆଯାଇ ଚାରିଦ୍ବାର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଚାରି ଦୁଆର ନଖୋଲାହେବା ଯୋଗୁଁ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପୁରୀ ବାସିନ୍ଦା ମାନେ ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର କୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି।କିନ୍ତୁ ବିଡମ୍ବନା ବିଷୟ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଅନ୍ୟ ଦ୍ବାର ବାଟରେ ଛଡାଯାଉନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି।
ଖୁବଶୀଘ୍ର ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ଛତିଶା ନିଯୋଗକୁ ସଚେତନ ନାଗରିକ ମଞ୍ଚ ଭେଟି ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବାରେ ହସ୍ତକ୍ଷେପ କରିବାକୁ ଦାବି କରାଯିବ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସଚେତନ ନାଗରିକ ମଞ୍ଚ ଦାବି କରିଛି।












Click it and Unblock the Notifications