ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଓଡ଼ିଶା ପୋଲିସ ଡିଜିପି, ଜାଣନ୍ତୁ କାହିଁକି ?
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା ପ୍ରସଙ୍ଗରେ ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ଡିଜିପି ଯୋଗେଶ ବାହାଦୁର ଖୁରାନିଆ I

ଗତ ୧୦ ଏବଂ ୧୧ ତାରିଖ ରାତିରେ ଦିଲ୍ଲୀ ସାଉଥଇଷ୍ଟରେ ଥିବା ସରାଇ କଲେ ଖାନ ଫ୍ଲାଏ ଓଭର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୪ ବର୍ଷୀୟ ଜଣେ ଓଡ଼ିଆ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା I ସେ ପ୍ରାୟ ୧ ବର୍ଷ ହେବ ଦିଲ୍ଲୀରେ ରହି ଆସୁଥିଲେ I ଗତ ୧ ମାସ ଧରି ଯୁବତୀ କୁଆଡ଼େ ନିଖୋଜ ହୋଇଯାଇଥିବା ନେଇ ପରିବାର ପକ୍ଷରୁ ଏକ ମିସିଙ୍ଗ କେସ ମଧ୍ୟ ଦିଆଯାଇଥିଲା I ଏହି ଘଟଣା ଘଟିଥିବା ସ୍ଥାନର ସିସିଟିଭି ଫୁଟେଜକୁ ନେଇ ଛାନଭିନ କରୁଛି ଦିଲ୍ଲୀ ପୁଲିସ I ଏନେଇ ବିଏନଏସର ଦଫା ୭୦(୧)ରେ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରାଯାଉଛି I ଘଟଣା ପୂର୍ବରୁ ଦୁଇଦିନ ସେ ଏକ ଏଟିଏମ୍ ପାଖରେ ରାତି କଟାଇଥିବା ପୁଲିସ ସୂତ୍ରରୁ ଖବର ମିଳିଛିI ସେ ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣା ପଡ଼ିଛିI ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।












Click it and Unblock the Notifications