କଂଗ୍ରେସ ପାଇଁ ବାହାରିଲେ ପ୍ରମିଳା , କହିଦେଲେ ବଡ କଥା ?

ବେଶ କିଛି ଦିନ ହେବ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବିଧାନସଭା ଚାଲି ପାରୁ ନାହିଁ। କାରଣ ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଆଉ ବିଜେଡି ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଉଛନ୍ତି । ଯାହା ଫଳରେ ସାଧାରଣ ଲୋକଙ୍କ କଥା ଆଲୋଚନା ନହୋଇ ବିରୋଧୀ ଏବେ ହେଡ୍ ଲାଇନରେ ରହିଛନ୍ତି । ଶେଷରେ ବିରୋଧୀଙ୍କ ଆଚରଣରେ ଅତିଷ୍ଠ ହୋଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ବାଚସ୍ପତି ।

bjd

ଆଜି କଂଗ୍ରେସର ୧୨ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ଏନେଇ କଂଗ୍ରେସ ବିଧାୟକଙ୍କ ପାଇଁ ବାହାରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ପଏଣ୍ଟ ଅଫ ଅର୍ଡର ଉଠାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରମିଳା। ସେ କହିଛନ୍ତି,କଂଗ୍ରେସର ଆଚରଣ, ଉଚ୍ଚାରଣ ଆମର ପସନ୍ଦ ନୁହେଁ। କିନ୍ତୁ ଆପଣ ଯେଉଁ ଆକ୍ସନ ନେଲେ ଏହା ଗ୍ରହଣୀୟ ନୁହେଁ। ଆଲୋଚନା କରିପାରିଥାନ୍ତେ ହେଲେ ଆପଣ କାର୍ଯ୍ୟାନୁଷ୍ଠାନ ନେଲେ। ଏ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ। ବଡ କଥା ହେଉଛି କି ସମଦୁରତା କଥା କହୁଥିବା ବିଜେଡି ଏବେ କଂଗ୍ରେସ ସପକ୍ଷରେ ବାହାରୁଛି ।

ସୂଚନାଥାଉ କି, ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଛି।

ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ।କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ନିଲମ୍ବିତ। ତେବେ ନିଲମ୍ବନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ପ୍ରତିବାଦ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+