ରାଜ୍ୟରେ କମିବାରେ ନାଁ ଧରୁନି ଆଳୁ ଦର; ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ
ରାଜ୍ୟରେ ଆଳୁ ଦର କମିବାରେ ନାଁ ଧରୁନି । ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ପରେ ମଧ୍ୟ ଦରରେ କୌଣସି ପ୍ରକାର ସୁଧାର ଆସୁନାହିଁ । ରାଜଧାନୀରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ। ଭୁବନେଶ୍ବର ବଜାରରୁ ଏକପ୍ରକାର ଆଳୁ ଉଭାନ ହେଲାଣି। ହାତଗଣତି କିଛି ଦୋକାନରେ ଆଳୁ ବିକ୍ରି ହେଉଛି। ପରିବା ବୋଝେଇ ଟ୍ରକରେ ଆସୁଛି ଆଳୁ।
ଆଳୁର ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଳୁକୁ ନେଇ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଲୋକଙ୍କ ଥାଳିରୁ ଆଳୁ କମିଗଲାଣି। ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି।

ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବା ପ୍ରସଙ୍ଗରେ କଟକରେ ପ୍ରତିବାଦ। କଟକ ମଙ୍ଗୁଳିଛକ ଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ଅଟକା ଯାଉଛି। ସ୍ଥାନୀୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡ଼ିକୁ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକ ରଖାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।












Click it and Unblock the Notifications