ଓଡ଼ିଶା ସହ ଲୁଚକାଳି ଖେଳୁଛି ମୌସୁମୀ, ପାଣିପାଗ ବିଭାଗ ବି ବାରମ୍ବାର ବଦଳାଉଛି ତାରିଖ
ଭୁବନେଶ୍ୱର: ଆଣ୍ଡମାନ ଛୁଇଁଲା, କେରଳ ବି ଛୁଇଁଲା । ହେଲେ କେବେ ଓଡ଼ିଶା ଛୁଇଁବ ମୌସୁମୀ ? ଓଡ଼ିଶା ସହ ଲୁଚକାଳି ଖେଳୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସେହିପରି ପାଣିପାଗ ବିଭାଗ ବି ବାରମ୍ବାର ତାରିଖ ପରେ ତାରିଖ ବଦଳାଇ ଚାଲିଛି ।
ତେବେ ଆସନ୍ତା ଦୁଇରୁ ତିନି ଦିନ ଭିତରେ ସାରା ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ଜନିତ ବର୍ଷା ପାଇଁ ଅନୁକୂଳ ରହିଛି ପାଗ । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବୃଦ୍ଧି ଯୋଗୁଁ ଧିରେ ଧିରେ ତାତି କମିବା ସହ ବର୍ଷା ବଢିବ ।

ତେବେ ୨ରୁ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଗତ ମଙ୍ଗଳବାର ଦିନ ପାଣିପାଗ ବିଭାଗ କହିଥିଲା । ପୁଣି ଆଜି ପୁଣି ୨ରୁ ୩ ଦିନ ଭିତରେ ଆସିବ ବୋଲି ଦୋହରାଇଛି । ୨୨ ସୁଦ୍ଧା ମୌସୁମୀ ଆସିଯିବ ବୋଲି ବୋଲି ପାଣିପାଗ ବିଶେଷଜ୍ଞମାନେ କରିଥିବା ଆକଳନ ବି ଭୁଲ୍ ପ୍ରମାଣିତ ହୋଇଛି । ମୌସୁମୀ ପହଞ୍ଚିବାରେ ପ୍ରାୟ ୧୫ଦିନ ବିଳମ୍ବ ହୋଇ ସାରିଲାଣି ।
ତେବେ ରାଜ୍ୟର ଆଜି କିଛି ସ୍ଥାନରେ ପ୍ରାକ୍ ମୋସୁମୀ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ପ୍ରଭଳ ବର୍ଷା ସମ୍ଭାବନା ରହିଛି । ଘଡଘଡି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଏହି ସୁବୁ ଜିଲ୍ଲାକୁ ଚେତାବନୀ ଜାରି କରିଛି । ଭଦ୍ରକ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
ସେପଟେ ଆଜି ରାଜଧାନୀ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପୁରୁଣା ଭୁବନେଶ୍ବର, ଏୟାରପୋର୍ଟ, ଖଣ୍ଡଗିରିରେ ବର୍ଷା ହୋଇଛି । ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ସୂଚନା ମିଳିଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୩ରେ ଓଡ଼ିଶାରେ ମୌସୁମୀ ଛୁଇଁପାରେ। ସେ ଦିନ ଉପକୂଳ ଓ ଆଭ୍ୟନ୍ତରୀଣରେ ମୌସୁମୀ ବର୍ଷା ହେବ । ତେବେ ବର୍ଷା ପରିମାଣ କମ୍ ରହିବ । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷା ବଢ଼ିବ । ୨୬, ୨୭ ଓ ୨୮ରେ ପ୍ରବଳ ବର୍ଷା ହୋଇପାରେ । ୨୨ରେ ତାପମାତ୍ରା ବିଶେଷ କମିବନି । ଆଭ୍ୟନ୍ତରୀଣରେ ତାତି ଜାରି ରହିବ। ୨୩ରୁ ତାତି କମିବ ।












Click it and Unblock the Notifications