ନବଜାତ ଶିଶୁ କେବେ ଚିହ୍ନିଥାଏ ମାଆ-ବାପାଙ୍କୁ?

କୁନି ଶିଶୁଟିଏ ଘରର ସମସ୍ତଙ୍କ ଜୀବନ ହୋଇଥାଏ । ସମସ୍ତେ ସବୁ ମୁହୂର୍ତ୍ତରେ ସେହି ଶିଶୁ ଉପରେ ନଜର ରଖିଥାନ୍ତି । ଖାସ୍ କରି ନୂଆ କରି ମାତାପିତା ହୋଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟଟି ଖୁବ୍ ଅଲଗା ହୋଇଥାଏ । କାରଣ ପ୍ରଥମ ଥର ପାଇଁ ସେମାନେ ଏଭଳି ଅନୁଭବ କରିଥା'ନ୍ତି । ତେବେ ପିଲାଟିଏ ଜନ୍ମ ହେବା ପରେ ମାତାପିତା ସିନା ଜାଣିଛନ୍ତି ଯେ ସେ ତାଙ୍କ ଛୁଆ ବୋଲି କିନ୍ତୁ ଛୁଆ କେତେବେଳେ ବାପା ମା'ଙ୍କୁ ଚିହ୍ନେ । ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ - ମନରେ ଉଙ୍କି ମାରୁଥିବ ।

ଆଜି ଆସନ୍ତୁ ଜାଣିବା ସେ ବିଷୟରେ ମା' ମୁହଁକୁ କେବେ ଚିହ୍ନେ । ଏକ ନବଜାତ ଶିଶୁ ନିଜ ମା' ପାଖରେ ସବୁଠାରୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ । କାରଣ ସେ ଜନ୍ମ ପୂର୍ବରୁ ମା'ର କଣ୍ଠ ସ୍ୱର ଓ ବାସ୍ନା ସହ ପରିଚିତ ଥାଏ । ଏଣୁ ଅନ୍ୟ ପରିବାର ସଦସ୍ୟଙ୍କ ତୁଳନାରେ ସେ ପ୍ରଥମେ ମା'କୁ ଚିହ୍ନିଥାଏ । ୩ ମାସର ହେଲା ପରେ ଶିଶୁଟି ଚିହ୍ନିବା ଆରମ୍ଭ କରିଥାଏ । ସେ ଭିନ୍ନ ଭିନ୍ନ ଚେହେରା ଭିତରେ ଅନ୍ତର କରିବା ଶିଖିଥାଏ ।

କେବେ ଚିହ୍ନେ ବାପାଙ୍କ ମୁହଁ
ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କୌଣସି ରିସର୍ଚ୍ଚ ହୋଇନାହିଁ ଯେଉଁଥିରେ କେତେବେଳେ ବାପାଙ୍କୁ ଚିହ୍ନେ ସେ ବିଷୟରେ ଜଣାପଡ଼ିବ । କିନ୍ତୁ କୁହାଯାଏ ଯେ ପିଲା ମା' ଗର୍ଭରେ ଥିବା ଅବସ୍ଥାରୁ ହିଁ ପିତାର ସ୍ୱର ଚିହ୍ନି ପାରେ । ପିଲା ଜନ୍ମ ବେଳେ ସେମାନଙ୍କ ଦୃଷ୍ଟି ଶକ୍ତି ଧୂଆଁଳିଅ । ରହିଥାଏ, ପ୍ରାୟ ୨ ସପ୍ତାହ ପରେ ସେ ମା' ବାପାଙ୍କ ମୁହଁ ଚିହ୍ନିବା ଆରମ୍ଭ କରିଥାଏ ।

baby

ପରିବାରର ଅନ୍ୟ ସଦସ୍ୟଙ୍କୁ କେବେ ଚିହ୍ନେ :

ଏନେଇ କୌଣସି ଠୋସ ପ୍ରମାଣ ନାହିଁ ଯେ ଶିଶୁ ପରିବାର ସଦସ୍ୟଙ୍କୁ କେବେ ଚିହ୍ନେ । ତେବେ କେତେକ ରିସର୍ଚ୍ଚ ମୁତାବକ ପିଲା ପ୍ରଥମେ ମା'କୁ ଚିହ୍ନିଥାଏ । ସେହିପରି କିଛି ମାସ ଓ କିଛି ବର୍ଷ ପରେ ଶିଶୁ ପରିବାର ର ଅନ୍ୟ ସଦସ୍ୟଙ୍କୁ ଚିହ୍ନିବା ଆରମ୍ଭ କରିଥାଏ । ତେବେ କୌଣସି ସ୍ଥାନ ତୁଳନାରେ ଶିଶୁ ପ୍ରଥମେ ବ୍ୟକ୍ତିଙ୍କ ମୁହଁ ଚିହ୍ନିଥାଏ ସେ ସ୍ୱର, ଚେହେରା, କଥା କହିବ ଶୈଳୀ ଦେଖି ନିଜ ପରିବାର ଲୋକଙ୍କୁ ଚିହ୍ନି ଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+